ଆଇଏଏସ ସ୍ତରରେ ଅଦଳବଦଳ, ଅଶୋକ ମୀନା ନୂଆ ଅର୍ଥ ସଚିବ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ୧୯୮୭ ବ୍ୟାଚର ଆଇଏଏସ ଅଫିସର ତୁହିନକାନ୍ତ ପାଣ୍ଡେ ନୂଆଦିଲ୍ଲୀରେ ଅବସ୍ଥାପିତ ପ୍ରମୁଖ ଆବାସିକ କମିଶନର ହେବେ । ଏବେସୁଦ୍ଧା ସେ ଅର୍ଥ ବିଭାଗର ସଚିବ ଥିଲେ । ତାଙ୍କ ସ୍ଥାନରେ ୧୯୯୩ ବ୍ୟାଚର ଆଇଏଏସ ଅଫିସର ଅଶୋକ ମୀନା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ନିଯୁକ୍ତି ପାଇଛନ୍ତି । ସେହିପରି ୨୦୦୨ ବ୍ୟାଚର ଆଇଏଏସ ଅଫିସର ଗିରିଶ ଏସଏନ ସାଧାରଣ ପ୍ରଶାସନ ବିଭାଗର ନୂଆ ପ୍ରମୁଖ ଶାସନ ସଚିବ ନିଯୁକ୍ତି ହୋଇଛନ୍ତି । ଦେବେନ୍ଦ୍ର କୁମାର ଜେନା ରାଜ୍ୟ ସମବାୟ ବ୍ୟାଙ୍କର ନୂଆ ଏମଡି ନିଯୁକ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର