ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଡଃ ସୁଧାଂଶୁ ଷଡଙ୍ଗୀ ନୂଆ ପୁଲିସ କମିଶନର

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଡଃ ସୁଧାଂଶୁ ଷଡଙ୍ଗୀ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନର କମିଶନର ସତ୍ୟଜିତ ମହାନ୍ତି ଜେଲ ବିଭାଗ ଏଡିଜି ନିଯୁକ୍ତ ହୋଇଛନ୍ତି । ସେହିପରି ଆରପି କୋଚେଙ୍କୁ ଏଡିଜି-ଆଇନ ଶୃଙ୍ଖଳା ନିଯୁକ୍ତ କରାଯାଇଥିବାବେଳେ ଆଶିଷ ସିଂ କେନ୍ଦ୍ରାଞ୍ଚଳ ଡିଆଇଜି ନିଯୁକ୍ତ ହୋଇଛନ୍ତି । ସତ୍ୟବ୍ରତ ଭୋଇ ଦକ୍ଷିଣାଞ୍ଚଳ ଡିଆଇଜି ଓ ହିମାଂଶୁ ଲାଲ ଉତ୍ତରାଞ୍ଚଳ ଡିଆଇଜି ନିଯୁକ୍ତ ହୋଇଛନ୍ତି ।

ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ କ୍ରାଇମ ବ୍ରାଞ୍ଚ ଡିଆଇଜି ଓ ସୈଫିନ ଅହମ୍ମଦ କେ.ଙ୍କୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ନିଯୁକ୍ତ କରାଯାଇଥିବାବେଳେ ମହେନ୍ଦ୍ର ପ୍ରତାପ ପ୍ରିଣ୍ଟିଂ ପ୍ରେସ ଓ ଷ୍ଟେସନାରୀ ନିର୍ଦ୍ଦେଶକ ଏବଂ ସଂଜୀପ ପଣ୍ଡାଙ୍କୁ ପରିବହନ କମିଶନର ନିଯୁକ୍ତ କରାଯାଇଛି । ସେହିପରି ରେଖା ଲୋହାନୀଙ୍କୁ ଆଇଜି-ଆଧୁନିକୀକରଣ, ଏନବି ଭାରତୀ ଆଇଜି ଏଚଆରପିସି, ଅସୀତ କୁମାର ପାଣିଗ୍ରାହୀ ଆଇଜି ହୋମଗାର୍ଡ ଓ ଅଗ୍ନିଶମ ନିଯୁକ୍ତ ହୋଇଛନ୍ତି । ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇଡି ପର୍ସୋନେଲ, ଦିପ୍ତେଶ ପଟ୍ଟନାୟକ ପୂର୍ବାଞ୍ଚଳ ଆଇଜି, ପିଏସ ରଣପିସେ ଆଇଜି ଭିଜିଲାନ୍ସ, ଅମିତାଭ ଠାକୁର ଆଇଜି ଅପରେସନ, ରାଜେଶ କୁମାର ନିର୍ଦ୍ଦେଶକ, ଏସସିଆରବି ନିଯୁକ୍ତ ହୋଇଛନ୍ତି । ଏହା ସହିତ ୧୩ ଜିଲ୍ଲାର ଏସପି ମଧ୍ୟ ବଦଳିଛନ୍ତି ।

ସମ୍ବନ୍ଧିତ ଖବର