ଚାଷୀ ଆତ୍ମହତ୍ୟା ଅଭିଯୋଗରେ ରାସ୍ତାରୋକ

ଖପ୍ରାଖୋଲ/ଧଣ୍ଡାମୁଣ୍ଡା : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ପାଟିମାଲ ଗାଁର ଛାଲୁ ପନିକା (୫୫)ଙ୍କ ଗଳିତ ଶବକୁ ଖପ୍ରାଖୋଲ ପୁଲିସ ଶନିବାର ଉଦ୍ଧାର କରିଛି। ଫସଲହାନି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରି ତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରି ଲୋକେ ରବିବାର ରାସ୍ତାରୋକ କରିଥିଲେ।

ପ୍ରକାଶ ଯେ, ଛାଲୁ ଗତ ୯ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ତାଙ୍କ ପତ୍ନୀ ଗତ ୧୪ ତାରିଖ ଦିନ ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ଗାଁ ନିକଟ ବିଲରେ ଥିବା ଗଛରେ ଛାଲୁଙ୍କ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର