ଆଇଏଏସ ସ୍ତରରେ ଅଦଳବଦଳ : ଗୁହା ପୁନମଙ୍କୁ ୪ ଦିନରେ ୨ୟ ବଦଳି

ଭୁବନେଶ୍ୱର : ଓଡ଼ିଶା ସରକାର ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି । ମାତ୍ର ୪ ଦିନ ତଳେ ପଞ୍ଚାୟତିରାଜ ବିଭାଗକୁ ବଦଳି ହୋଇଥିବା ଗୁହା ପୁନମ ତାପସ କୁମାରଙ୍କୁ ପୁଣି ଆଉ ଏକ ବିଭାଗକୁ ବଦଳି କରାଯାଇଛି । ତାଙ୍କୁ ଅନୁସୂଚୀତ ଜାତି ଓ ଜନଜାତି ବିଭାଗକୁ କରାଯାଇଛି ।  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ ଥିବା  ୨୦୦୭ ବ୍ୟାଚ୍ ଆଇଏଏସ୍  ସଚିନ ରାମଚନ୍ଦ୍ର ଯାଦବଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେ ଅତିରିକ୍ତ ଭାବେ ପର୍ଯ୍ୟଟନ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଥିଲେ ।

ସେହିପରି ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିବା ୧୯୯୯ ବ୍ୟାଚ୍ ଆଇଏଏସ୍ ଏନବିଏସ୍ ରାଜପୁତ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବାବେଳେ ତାଙ୍କ ସ୍ଥାନରେ ୨୦୦୮ ବ୍ୟାଚ୍ ଆଇଏଏସ୍ ବୃନ୍ଦାବନ ବେହେରାଙ୍କୁ ଅବସ୍ଥାପିତ କରାଯାଇଛି ।
ଅନ୍ୟପକ୍ଷରେ ଆଇଏଏସ୍ ବି ପରମେଶ୍ୱରନଙ୍କୁ ପାନୀୟ ଜଳ ଓ ପରିଚ୍ଛନ୍ନତା ନିର୍ଦ୍ଦେଶକ କରାଯାଇଛି । ୨୦୧୨ ବ୍ୟାଚ୍ ଆଇଏଏସ୍ ସ୍ମୃତିରଞ୍ଜନ ପ୍ରଧାନଙ୍କୁ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଭାବେ ଓ ଆଇଏଏସ୍ ଉମାକାନ୍ତ ତ୍ରିପାଠୀଙ୍କୁ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର