କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୨କୁ ବୃଦ୍ଧି

ଭୁବନେଶ୍ବର : କେନ୍ଦୁପତ୍ର କର୍ମଚାରୀଙ୍କ ଅବ୍ୟାହତି ବୟସ ୬୦ ବର୍ଷରୁ ୬୨ ବର୍ଷକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଆଜି ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। ଏହାଦ୍ବାରା ରାଜ୍ୟର ୧୯ଟି କେନ୍ଦୁପତ୍ର ଡିଭିଜନରେ କାମ କରୁଥିବା ୧୮ ହଜାର ୨୮ ଜଣ ମୁନସୀ, ଚପରାଶୀ, ବନ୍ଧାଳୀ ଓ ଚେକର୍ ଆଦି କେନ୍ଦୁପତ୍ର କର୍ମଚାରୀମାନେ ଉପକୃତ ହେବେ।

ସମ୍ବନ୍ଧିତ ଖବର