ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ପରଲୋକ

0 37

ଯାଜପୁର : ଅବସରପ୍ରାପ୍ତ ଯନ୍ତ୍ରୀ ସୋମନାଥ ବେହେରାଙ୍କର ଆଜି ସକାଳ ପ୍ରାୟ ୯ଟା ବେଳେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ପୋଡ଼ା ବଲଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ବେହେରା କିଛି ଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ମନୋହର ବେହେରା, ପୁତୁରା ପ୍ରମୋଦ ବେହେରା, ବଡ଼ଜ୍ୱାଇଁ ପୂର୍ବତନ ମୁଖ୍ୟଯନ୍ତ୍ରୀ ଭରତଚନ୍ଦ୍ର ପ୍ରଧାନ, ସାନ ଜ୍ୱାଇଁ ପୂର୍ତ୍ତ ବିଭାଗ ଶାସନ ସଚିବ ନଳିନୀକାନ୍ତ ପ୍ରଧାନ, ବୋହୂ, ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ। ଶ୍ରୀ ବେହେରା ଜଳ ସମ୍ପଦ ବିଭାଗରେ ଅଧୀକ୍ଷଣ ଯନ୍ତ୍ରୀ ଭାବେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ। ଅପରାହ୍ଣରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିବା ବେଳେ ପୁଅ ମନୋହର ମୁଖାଗ୍ନି ଦେଇଥିଲେ। କିଛି ମାସ ପୂର୍ବରୁ ତାଙ୍କର ଧର୍ମ ପତ୍ନୀ ରତ୍ନ ମଞ୍ଜରୀ ଦେବୀଙ୍କର ପରଲୋକ ଘଟିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.