ବିଧାୟିକା ଭାବେ ଶପଥ ନେଲେ ରୀତା ସାହୁ , ବିଧାନସଭାରେ ବିଜେଡି  ବିଧାୟକଙ୍କ ସଂଖ୍ୟା ହେଲା ୧୧୮

ଭୁବନେଶ୍ୱର : ବିଜେପୁର ବିଧାୟିକା ଭାବେ ନିର୍ବାଚିତ ହେବା ପରେ ବିଧାୟିକା ଭାବେ ମଙ୍ଗଳବାର ରୀତା ସାହୁ ବିଧାନସଭାରେ ଶପଥ ନେଇଛନ୍ତି । ବାଚସ୍ପତି ପ୍ରଦୀପ ଅମାତ ରୀତା ସାହୁଙ୍କୁ ଶପଥ ପାଠ କରାଇଛନ୍ତି ।ଫଳରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି ପାଇଛି । କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ହୋଇଥିବା ଉପନିର୍ବାଚନ ପରେ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୨ ହଜାର ଭୋଟରେ ପରାସ୍ତ କରି ରୀତା ସାହୁ ବିଜେପୁର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ବିଜେଡି ପ୍ରାର୍ଥୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧୯୩୩ ଭୋଟରେ ବ୍ୟବଧାନରେ ପରାସ୍ତ କରି ବିଜେପୁର ଗଡ ହାତେଇଛନ୍ତି । ମୋଟ ୨୧ ରାଉଣ୍ଡ ଭୋଟ ଗଣତି ପରେ ବିଜେପୁରରେ ବାଜି ଜିତିଥିଲା ବିଜେଡି । ଏହି ବିଜୟ ସହ ପୁଣିଥରେ ଦୀର୍ଘ ୧୪ ବର୍ଷ ପରେ ବିଜେପୁର ଗଡ ଦଖଲ କରିପାରିଛି ବିଜେଡି । ୧୩ ଜଣ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜୟ ଟିକା ପିନ୍ଧିଥିଲେ ବିଜେଡି ପ୍ରାର୍ଥୀ ରୀତା ସାହୁ । ଭୋଟ ଗଣତିର ଆରମ୍ଭରୁ ହିଁ ବିଜେଡି ଆଗୁଆ ରହିଥିଲା । ମୋଟ ୨୧ଟି ରାଉଣ୍ଡରେ ଭୋଟ ଗଣତି ହୋଇଥିବା ବେଳେ ୨୧ଟି ରାଉଣ୍ଡରେ ବିଜେପି ଓ କଂଗ୍ରେସକୁ ପଛରେ ପକାଇଥିଲା ବିଜେଡି । ଏହସହ ଦୀର୍ଘ ୧୪ ବର୍ଷ ବନବାସ ପରେ ବିଜେପୁରକୁ ଫେରିଛି ବିଜେଡି । ପ୍ରଥମ ଥର ପାଇଁ ବିଜେପୁରରେ ବିଜେଡି ଏକ ଲକ୍ଷରୁ ଅଧିକ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା ।

ସମ୍ବନ୍ଧିତ ଖବର