ମହାକାଳପଡ଼ାରେ ନଦୀ ଭିତ୍ତିକ ବନ୍ଦର ହେବ

୨୪୧କୋଟି ଟଙ୍କାର ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ

ମାର୍ଶାଘାଇ/ମହାକାଳପଡା : ‘କେନ୍ଦ୍ରାପଡା ଜିଲ୍ଲାକୁ ଆସି ମୁଁ ବହୁତ ଖୁସି। କେନ୍ଦ୍ରାପଡ଼ାବାସୀ ବିଜୁବାବୁଙ୍କୁ ଭଲ ପାଉଥିଲୋ। ମହାକାଳପଡ଼ାରେ ନଦୀଭିତ୍ତିକ ବନ୍ଦର ହେବ। ଏହି ଅଞ୍ଚଳର ବିକାଶ ଘଟିବ। ବିକାଶ ହେଉଛି ମୋ’ ସରକାରର ଲକ୍ଷ୍ୟ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ସରୁମୁହିଁ ପେଟଛଳାଠାରେ ୨୪୧ କୋଟି ଟଙ୍କାର ବୃହତ୍‌ ପାନୀୟ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ୨ଶହ ଗ୍ରାମକୁ ପିଇବା ପାଣି ମିଳିବ। ଏଥିପାଇଁ ମୁଁ ବହୁତ ଖୁସି ା ଆପଣମାନେ ଖୁସି ତ… ବୋଲି ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇ କୌଣସି ମା’, ଭଉଣୀଙ୍କୁ ପିଇବା ପାଣି ପାଇଁ ଆଉ ୩/୪ କିଲୋମିଟର ଯିବାକୁ ପଡିବ ନାହିଁ। ରାଜ୍ୟର ଏହା ୨ୟ ପ୍ରକଳ୍ପ। ପାନୀୟ ଜଳ ଅଭାବ ଦୂର ପାଇଁ ଏପରି ଆଉ ୪୦ଟି ପ୍ରକଳ୍ପ ନିର୍ମାଣ କରିାଯିବ ବୋଲି କହିଥିଲେ।

ସା˚ସଦ ପ୍ରତାପ ଦେବ, ବିଧାୟକ ବେଦପ୍ରକାଶ ଅଗ୍ରୱାଲା, କିଶୋର ତରାଇ ରାଜ୍ୟ ସରକାରଙ୍କ ଜନହିତକର ଯୋଜନାର ବିବରଣୀ ପ୍ରଦାନ କରିଥିଲେ। ସଭାରେ ସଭାପତିତ୍ବ କରି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମହାକାଳପଡାର ଏହି ଅ˚ଚଳରେ ବହୁ ମତ୍ସ୍ୟଜୀବୀ ଓ ବଙ୍ଗଳା ଭାଷୀ ଭାଇଭଉଣୀମାନେ ଅଛନ୍ତି ଓ ସେମାନଙ୍କୁ ସରକାର ସୁରକ୍ଷା ଓ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି ବୋଲି କହିବା ସହ ସେମାନଙ୍କୁ କେହି ହଟାଇ ପାରିବେ ନାହିଁ ବୋଲି ଘୋଷଣା କରିଥିଲେ। ୨୦୦୦ ମସିହାରୁ ଏହି ଅ˚ଚଳରେ ୧୨ଟି ସେତୁ ନିମାଣ ‌େଶଷ ହୋଇଥିବା ସେ ସୂଚନା ଦେଇଥିଲେ। ବିଭାଗୀୟ ଅତିରିକ୍ତ ଶାସନ ସଚିବ ରୂପା ମିଶ୍ର ଯୋଜନା ସ˚ପର୍କରେ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାପାଳ ଦାଶରଥୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧୢରେ ବିଭାଗୀୟ ଶାସନ ସଚିବ ଦେଓ ରଂଜନ ସି˚, ଜିଲ୍ଲା ପରିଷଦ ଅଧୢକ୍ଷ ମାନସ ପରିଡା, ବିଜେଡିର କାର୍ଯ୍ୟକାରୀ ସଭାପତି ଦୁର୍ଗାଶିଷ ମହାନ୍ତି, ଜିଲ୍ଲା ସଭାପତି ଧ୍ରୁବ ସାହୁ, ମାର୍ଶାଘାଇ ବ୍ଲକ ଅଧୢକ୍ଷା ସୀତାଲତା ପରିଡା, ମହାକାଳପଡା ବ୍ଲକ ଅଧୢକ୍ଷା ସଶ୍ମିତା ବରାଳ, ପୂର୍ବତନ ବ୍ଲକ ଅଧୢକ୍ଷା ସରୋଜିନୀ ସେଠୀ, ବିଜେଡି ନେତା ଅଜୟ ନାୟକ, ବିଜେଡି ଛାତ୍ର ଜନତା ରାଜ୍ୟ ଉପସଭାପତି ରାଜେଶ ମହାପାତ୍ର, ଆଡଭୋକେଟ୍‌ ଦେବଦାସ ମହାନ୍ତି, ସମାଜସେବୀ ପ୍ରମୋଦ କୁମାର ସାହୁ, ବିଜେଡି ନେତା କୃତ୍ତିବାସ ପାତ୍ର, ମାର୍ଶାଘାଇ ବ୍ଲକ ବିଜେଡି ସଭାପତି ସ˚ଜୟ କୁମାର ଲେଙ୍କା, ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଗଙ୍ଗାଧର ପରିଡା, ଅମରେନ୍ଦ୍ର ସାମଲ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଗାହାଣ, କବିତା ମଲ୍ଲିକ, ହୀରକ ପରିଡା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ଜଗନ୍ନାଥ ସ˚କୀର୍ତ୍ତନ ମଣ୍ତଳୀର ସଭାପତି ନବଘନ ନାୟକ, ଉପସଭାପତି ବୈକୁଣ୍ଠ ନାୟକ ଓ ଯୁଧିଷ୍ଠିର ଦାସଙ୍କ ନେତୃତ୍ବରେ ନିର୍ବାଚନ ମଣ୍ତଳୀର ୨ଶହରୁ ଅଧିକ ସ˚କୀର୍ତ୍ତନ ମଣ୍ତଳୀର କଳାକାରମାନେ ନାମ ସ˚କୀର୍ତ୍ତନ ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ଜଣାଇଥିଲେ।

ସମ୍ବନ୍ଧିତ ଖବର