ଦୁର୍ଘଟଣାଜନିତ ମୃତାହତଙ୍କୁ ସାଥ୍‌ ଦେବ କିଏ? : ମିଳୁନାହାନ୍ତି ଉତ୍ତମ ନାଗରିକ

ରାଜ୍ୟର ୨୩ ଆର‌୍‌ଟିଓ ଜୋନ୍‌ରେ ଜଣେ ବି ନାହାନ୍ତି, ଭୁବନେଶ୍ବରର ୨ ଜୋନ୍‌ରେ ମାତ୍ର ଜଣେ

ଭୁବନେଶ୍ୱର : ଦୁର୍ଘଟଣାଟିଏ ଘଟିଲେ ସଙ୍ଗେସଙ୍ଗେ କେହି ନା କେହି ସହୃଦୟ ଲୋକ ଦେବଦୂତ ସାଜି ସେଠି ହାଜର ହୋଇ ଯାଆନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲ୍‌କୁ ନେବାଠାରୁ ଆର˚ଭ କରି ସ˚ପର୍କୀୟଙ୍କ ସହ ଯୋଗାଯୋଗ କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତୁଲାଇଥାନ୍ତି। ଏଭଳି ଦେବଦୂତଙ୍କୁ ଉତ୍ତମ ନାଗରିକ (ଇ˚ରାଜିରେ ଗୁଡ୍‌ ସମରିଟାନ୍‌) କହନ୍ତି। ଗୋଟିଏ ପଟେ ରାଜ୍ୟରେ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଗୁଡ୍‌ ସମରିଟାନ୍‌ଙ୍କ ସ˚ଖ୍ୟା ହ୍ରାସ ପାଉଛି।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟର ୨୩ଟି ଆର‌୍‌ଟିଓ ଜୋନ୍‌ରେ ଜଣେ ବି ଉତ୍ତମ ନାଗରିକ ନଥିବାବେଳେ ଭୁବନେଶ୍ବରର ଦୁଇଟି ଆର‌୍‌ଟିଓ ଜୋନ୍‌ରେ ମାତ୍ର ଜଣେ ଉତ୍ତମ ନାଗରିକ କାର୍ଯ୍ୟ କରୁଛନ୍ତି। ସେହିଭଳି, ଭୁବନେଶ୍ବର-୨ ନମ୍ବର ଆର‌୍‌ଟିଓ ଜୋନ୍‌, ଜଗତ୍‌ସି˚ହପୁର, ନୟାଗଡ଼, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, କଳାହାଣ୍ତି, ବୌଦ୍ଧ, ଫୁଲବାଣି, ଭଞ୍ଜନଗର, ଦେବଗଡ଼, ବରଗଡ଼, କେନ୍ଦୁଝର, ବଲାଙ୍ଗୀର, ରାଉରକେଲା, ସୁନ୍ଦରଗଡ଼ ଭଳି ୨୩ଟି ଆର‌୍‌ଟିଓ ଜୋନ୍‌ରେ ଜଣେ ହେଲେ ବି ‘ଗୁଡ୍‌ ସମରିଟାନ୍‌’ ନାହାନ୍ତି। ସେହିଭଳି ମୟୂରଭଞ୍ଜ, ଭୁବନେଶ୍ବର-୧ ଆର‌୍‌ଟିଓ ଜୋନ୍‌, ଚଣ୍ତୀଖୋଲ, ସୋନପୁର, ତାଳଚେର ଆର‌୍‌ଟିଓ ଜୋନ୍‌ରେ ଜଣେ ଲେଖାଏ ‘ଗୁଡ୍‌ ସମରିଟାନ୍‌’ ଅଛନ୍ତି। କଟକରେ ସର୍ବାଧିକ ୩୧ ଜଣ ଉତ୍ତମ ‘ଗୁଡ୍‌ ସମରିଟାନ୍‌’ ଥିବାବେଳେ ଗଞ୍ଜାମରେ ୯ ଜଣ, ସମ୍ବଲପୁରରେ ୫ ଜଣ, ଢେଙ୍କାନାଳରେ ୪ ଜଣ ଅଛନ୍ତି।

ଅପରପକ୍ଷେ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ଓଡ଼ିଶା ସମଗ୍ର ଦେଶରେ ସପ୍ତମ ସ୍ଥାନରେ ରହିଛି। ୨୦୧୬ ମସିହାରେ ଓଡ଼ିଶାରେ ମୋଟ ୪,୪୬୩ ଜଣ ଲୋକ କେବଳ ସଡ଼କ ଦୁର୍ଘଟଣାରେ ମରିଥିବାବେଳେ ୨୦୧୭ ମସିହାରେ ୪,୭୯୦ ଜଣ ମରିଛନ୍ତି। ଜାତୀୟ ହାର ତୁଳନାରେ ଓଡ଼ିଶାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ମଧୢ ଅଧିକ। ଏଭଳି ସ୍ଥିତିରେ ଦୁର୍ଘଟଣାରେ ଆହତ ଏବ˚ ମୃତକଙ୍କୁ ସାହାଯ୍ୟ କରିବାକୁ ଉତ୍ତମ ନାଗରିକଙ୍କ ସ˚ଖ୍ୟା ହ୍ରାସ ପାଇବା ଚିନ୍ତାର ବିଷୟ ବୋଲି ଭୁବନେଶ୍ବରର ଜଣେ ବରିଷ୍ଠ ନାଗରିକ ପୀତବାସ ରାଉତରାୟ ଚିନ୍ତା ପ୍ରକଟ କରିଛନ୍ତି।

ଅନ୍ୟପୟକ୍ଷରେ, ଦୁର୍ଘଟଣା ମାମଲାରେ ସାକ୍ଷ୍ୟ ଦେବାକୁ ପଡ଼ୁଥିବାରୁ ଏଥିପ୍ରତି କେହି ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର