କେନ୍ଦ୍ରାପଡ଼ା: ଆଜି ବି କଟକ-ଚାନ୍ଦବାଲି ରାସ୍ତା ଅବରୋଧ ,ବସ ଚଳାଚଳ ବାଧାପ୍ରାପ୍ତ, ଦୋକାନ ବଜାର  ବନ୍ଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ବଢୁଛି ଅଶାନ୍ତି । ଗୁଲନଗର ଛକରେ ଗୁଳିକାଣ୍ଡ ଘଟଣାରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ଆଜି ବି ଦୋକାନ ବଜାର  ବନ୍ଦ ରହିଛି । ତିନିମୁହାଣୀ ଛକ ନିକଟରେ କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି ଲୋକେ । ଏହାଫଳରେ ବସ ଚଳାଚଳ ବାଧା ପ୍ରାପ୍ତ ହୋଇଥିବା ଜଣାଯାଇଛି। ଏଠାରେ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଆଗକୁ ପାଟକୁରା ବିଧାନସଭା ନିର୍ବାଚନ ଥିବା ବେଳେ ଅଶାନ୍ତ ହୋଇପଡିଛି କେନ୍ଦ୍ରାପଡା । କେନ୍ଦ୍ରାପଡାରେ ପୁଣି ଘଟିଛି ଗୁଳିକାଣ୍ଡ । ସ୍ଥାନୀୟ ତିନିମୁହାଣୀ ଅଂଚଳର ବ୍ୟବସାୟୀ ବିବେକାନନ୍ଦଙ୍କ ଉପରକୁ ଗତକାଲି ଗୁଳିମାଡ କରିଥିଲେ ଦୁର୍ବୃତ୍ତ । ବିବେକାନନ୍ଦ ମହାରଣାଙ୍କ ପେଟରେ ଗୁଳି ବାଜିଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପ୍ରତିଦିନ ପରି ରାମମନ୍ଦିରରୁ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଯୁବକ ଆସି ଅତି ନିକଟରୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଏହି ଘଟଣାକୁ ନେଇ ବର୍ତମାନ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର