ଭୁବନେଶ୍ବର : ସଡ଼କ ସୁରକ୍ଷାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟିଙ୍କ ଆଦେଶ ପାଳନ ହେଉନି। ଆଇନ ଉଲ୍ଲଂଘନକାରୀ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି। ସମୁଦାୟ ଘଟଣାରୁ ୬୦ ପ୍ରତିଶତ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସ୍ ବାତିଲ ହୋଇ ନାହିଁ। ଏଣୁ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ ହୋଇଛନ୍ତି। ଗତ ଜୁଲାଇ ମାସରେ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତିରେ ବସିଥିବା ସମୀକ୍ଷା ବୈଠକରେ କମିଟି ଉଦ୍ବେଗ ପ୍ରକାଶ କରିବା ସହ ଏହି ୬୦ ପ୍ରତିଶତ ଲାଇସେନ୍ସ୍ ବାତିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସମସ୍ତ ଏସ୍ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ପୁଲିସ୍ ଏଡିଜି(ସିଆଇଡି, କ୍ରାଇମ୍ବ୍ରାଞ୍ଚ)ଙ୍କୁ ପରିବହନ ଆୟୁକ୍ତ ଚିଠି ଲେଖିଛନ୍ତି। ଯେଉଁଦିନ ପୁଲିସ୍ ଚଢ଼ଉ କରି ଏହି ଆଇନ ଉଲ୍ଲଂଘନକାରୀ ଗାଡି ଚାଳକଙ୍କୁ ଚିହ୍ନଟ କରୁଛି, ସେବେଠାରୁ ୭ ଦିନ ମଧ୍ୟରେ ସେମାନଙ୍କ ଲାଇସେନ୍ସ୍ ବାତିଲ କରିବା ପାଇଁ ସମ୍ପୃକ୍ତ ଆର୍ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉଲ୍ଲଂଘନକାରୀଙ୍କ ଲାଇସେନ୍ସ୍ ୩ ମାସ ପାଇଁ ବାତିଲ କରିବାକୁ ନିର୍ଦ୍ଦେଶ ରହିଛି। କିନ୍ତୁ ଅନେକ କ୍ଷେତ୍ରରେ ଦେଖାଯାଉଛି କି ପୁଲିସ୍ ଲାଇସେନ୍ସ ଜବତ କରୁଥିଲେ ମଧ୍ୟ ୭ ଦିନ ମଧ୍ୟରେ ଆରଟିଓଙ୍କୁ ଦାଖଲ କରୁନାହିଁ। ଫଳରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହେଉନାହିଁ। ଭୁବନେଶ୍ବର ପରିବହନ ଅଧିକାରୀ-୨ ଙ୍କ ରିପୋର୍ଟ ମୁତାବକ ଚନ୍ଦ୍ରେଶଖରପୁର ଟ୍ରାଫିକ୍ ୟୁନିଟ୍ ପକ୍ଷରୁ କେତେକ ଲାଇସେନ୍ସ୍ ବାତିଲ ପାଇଁ ସୁପାରିସ କରାଯାଇଛି। ହେଲେ ଜବତ ହେବାର ୪ ମାସ ପରେ ଦାଖଲ ହୋଇଛି। ଫଳରେ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହୋଇନାହି ଁ। ଏଣୁ ଲାଇସେନ୍ସ୍ ଜବତ ହେବାଦିନ ହିଁ ଏହାର ତଥ୍ୟକୁ ସାରଥି ଡାଟା ବେଶ୍ ରେ ଅପ୍େଲାଡ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଥରେ ଅପ୍େଲାଡ୍ ହେବାପରେ ୭ ଦିନ ପରେ ବା ବିଳମ୍ବରେ ଏଣ୍ଟ୍ରି ସମ୍ଭବ ହେବ ନାହିଁ।