ନବଙ୍କ ପାଇଁ ସୁନୀଲ ସେଟ୍ଟୀ ଓ ମହିମା ‌ଚୌଧୁରୀଙ୍କ ରୋଡ଼ ସୋ’

0

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ନବ ଦାସଙ୍କ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି ଲୋକପ୍ରିୟ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ ଓ ଅଭିନେତ୍ରୀ ମହିମା ଚୌଧୁରୀ। ଦୁଇଦିନିଆ ପ୍ରଚାର କାର୍ଯ୍ୟକ୍ରମରେ ଏଠାକୁ ଆସିଥିବା ଏହି ଦୁଇ ବଲିଉଡ୍‌ କଳାକାର ଶୁକ୍ରବାର ନବଙ୍କ ନିର୍ବାଚନୀ ସଭା ଓ ରୋଡ୍‌ ସୋ’ରେ ସାମିଲ ହୋଇଥିଲେ। ଏମାନଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା। ଅଭିନେତ୍ରୀ ମହିମା ଲୋକଙ୍କୁ ଓଡ଼ିଆରେ ‘ଜୁହାର’ କହିବା ସହିତ ଗୀତ ଗାଇ ଦର୍ଶକଙ୍କୁ ମୁଗ୍ଧ କରିଥିଲେ। ସେହିପରି ଉଭୟ ସୁନୀଲ ଓ ମହିମା ସେମାନଙ୍କ ଭାଷଣରେ ‘ନବ ଦାଦା’ ବୋଲି ସମ୍ବୋଧନ କରିବା ପରେ ପ୍ରବଳ କରତାଳି ହୋଇଥିଲା। ଆସନ୍ତା ୧୮ ତାରିଖରେ ଭୋଟିଂ ମେସିନ୍‌ର ୩ ନମ୍ବର ବଟନ୍‌ ଚିପି ଶଙ୍ଖଚିହ୍ନକୁ ଭୋଟ ଦେବାକୁ ସୁନିଲ ଓ ମହିମା ଉପସ୍ଥିତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।

ଏହି ସଭାରେ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ନବଙ୍କ ପତ୍ନୀ ମିନତି ଦାସ, ପୁ୍ଅ ବିଶାଳ ଦାସ ମଧ୍ୟ ମଞ୍ଚାସୀନ ଥିଲେ। ଏଚ୍ କଟାପାଲି ଓ ବମ୍ବେ ଛକରେ ସଭା ପରେ ଏକ ବିଶାଳ ରୋଡ଼୍‌ ସୋ’ରେ ଏହି କଳାକାର ଓ ନେତାମାନେ ଝଣ୍ଡାଚୌକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ମଧ୍ୟ ଏକ ନିର୍ବାଚନ ସଭାରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ସାରା ସହର ଆଜି ଲୋକାରଣ୍ୟ ହୋଇ ଉଠିଥିଲା। ଝାରସୁଗୁଡ଼ାର ବିକାଶ ଜାରି ରହିବ ବୋଲି ଶ୍ରୀ ଦାସ ତାଙ୍କ ଭାଷଣରେ କହିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.