ରୋଜ୍‌ଭ୍ୟାଲି ଠକେଇ : ସିନେ ପ୍ରଯୋଜକ ଶ୍ରୀକାନ୍ତଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତଙ୍କ ଆବେଦନର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରୋଜଭ୍ୟାଲି ଠକେଇ ମାମଲାରେ ସିବିଆଇ କୋଲକାତାରୁ ଶ୍ରୀକାନ୍ତଙ୍କୁ ଗତ ଜାନୁଆରି ୨୫ରେ ଗିରଫ କରିଥିଲେ। ରୋଜଭ୍ୟାଲି ଟେଲିଭିଜନ ଚାନେଲ ଓ ଶ୍ରୀକାନ୍ତଙ୍କ ସଂସ୍ଥା ମଧ୍ୟରେ କେତେକ ଚଳଚ୍ଚିତ୍ରର ପ୍ରସାରଣ ଅଧିକାର ପ୍ରଦାନ ନେଇ ୨୦୧୦ରେ ବୁଝାମଣା ହୋଇଥିବା ବେଳେ ଏହି ବାବଦରେ କୋଟି କୋଟି ଟଙ୍କା ଶ୍ରୀକାନ୍ତଙ୍କ ଆକାଉଣ୍ଟକୁ ଯାଇଥିଲା। ଶ୍ରୀକାନ୍ତଙ୍କୁ ସିବିଆଇ ପୂର୍ବରୁ ପଚରା ଉଚୁରା କରିଥିବା ବେଳେ ସେ ତଦନ୍ତରେ ସହଯୋଗ କରି ନଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହା ପରେ ସିବିଆଇ ତାଙ୍କୁ କୋଲକାତାରୁ ଗିରଫ କରିଥି‌ଲେ। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟ ଆଇନଜୀବୀ ସୁରେଶ ତ୍ରିପାଠୀ ଓ ସିବିଆଇ ପକ୍ଷରୁ ଏଏସଜି ଅନୁପ ବୋଷ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର