ଓଡ଼ିଶା ପୁଲିସରେ ‘ରଟ୍‌ଵିଲର‌୍‌’ : ରାତି ଅନିଦ୍ରା ହେଇ ଜଗିବ, ନକ୍ସଲ ମୁକାବିଲା କରିବ

କଟକ : ଭାରତର ଆନ୍ତର୍ଜାତିକ ସୀମାରେ ଜଗୁଆଳି ଭାବେ ନିୟୋଜନ ‌ହେଉଥିବା ସବୁଠୁ ହି˚ସ୍ର କୁକୁର ‘ରଟ୍‌ଵିଲର‌୍‌’ ଏବେ ଓଡ଼ିଶା ପୁଲିସ ବିଭାଗକୁ ଆସିଛି। କ୍ରାଇମ୍‌ବ୍ରାଞ୍ଚ ପ୍ରଥମ ଥର ଏଭଳି ପ୍ରଜାତିର ୩ଟି କୁକୁର ଖରିଦ କରିଛି। ଏଣିକି ନକ୍ସଲ୍‌ କିମ୍ବା ଅପରାଧୀକ ମାମଲାର ତଦନ୍ତ ପ୍ରକ୍ରିୟାରେ ‘ରଟ୍‌ଵିଲର‌୍‌’ଙ୍କୁ ବ୍ୟବହାର କରାଯିବ। ଭାରତରେ ପ୍ରଥମ ଥର ପାଇଁ କୌଣସି ରାଜ୍ୟ ପୁଲିସର ସେବାରେ ଏହି ପ୍ରଜାତିର କୁକୁରଙ୍କୁ ବ୍ୟବହାର  କରାଯାଉଛି। ବକ୍ସବଜାର ପୁଲିସ ପଡ଼ିଆରେ ସେମାନଙ୍କୁ ଏବେ ଆନୁଗତ୍ୟ ତାଲିମ ଦିଆଯାଉଛି। ନିର୍ଦ୍ଦିଷ୍ଟ ଭାବେ କେଉଁ ବିଭାଗରେ ସେମାନଙ୍କୁ ନିଯୁକ୍ତ କରାଯିବ, ସେ ସମ୍ପର୍କରରେ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି କରାଯାଇନାହିଁ। ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ତାଲିମ ଶେଷ ପରେ ବିଭାଗ ଚୟନ କରାଯିବ ବୋଲି ସୂଚନା ମିଳିଛି।

କ୍ରାଇମ୍‌ବ୍ରାଞ୍ଚର ‘କେ-୯’(ଡଗ୍‌ ସ୍କ୍ବାଡ୍‌)ରେ ଏବେ ଆଲ୍‌ସାଟିନା, ଡୋବର‌୍‌ମ୍ୟାନ୍‌, ଜର୍ମାନ୍‌ସେଫର୍ଡ, ଗୋଲଡେନ୍‌ ରେଟ୍ରାଇଭର‌୍‌ ଭଳି ବ୍ରିଡ୍‌ର ୫୩ଟି କୁକୁରଙ୍କୁ ଟ୍ରାକି˚, ନାର୍କୋଟିକ୍‌, ଏକ୍ସପ୍ଲୋସିଭ୍‌, ସର୍ଚ ଆଣ୍ତ ରେସ୍‌କ୍ୟୁ ଭଳି ଚାରିଟି ବିଭାଗରେ ନିଯୁକ୍ତ କରାଯାଇଛି। କେସିଆଇ ପଞ୍ଜିକୃତ ସ˚ସ୍ଥାରୁ କ୍ରାଇମ୍‌ବ୍ରାଞ୍ଚ ଏବେ ତିନିଟି ‘ରଟ୍‌ଵିଲର‌୍‌’ କୁକୁରଙ୍କୁ ପ୍ରାୟ ଏକ ଲକ୍ଷ ଟଙ୍କା ମୂଲ୍ୟରେ ଖରିଦ କରିଛି। ଏହି ଦୁଇ ମାସର ଛୁଆ ‘ରଟ୍‌ଵିଲର‌୍‌’ଙ୍କୁ ଜଣେ ଇନ୍‌ସ୍ପେକ୍ଟର ପାହ୍ୟାର ଅଫିସର ପ୍ରତ୍ୟେକ ଦିନ ତାଲିମ ଦେଉଛନ୍ତି। ‘ରଟ୍‌ଵିଲର‌୍‌’ ସମ୍ପର୍କରେ ଅନେକ ରୋଚକ ତଥ୍ୟ ପୁଲିସ ବିଭାଗରୁ ଜାଣିବାକୁ ମିଳିଛି। ମୁଖ୍ୟତଃ ଆମେରିକୀୟ ଏବ˚ ଜର୍ମାନ ‘ରଟ୍‌ଵିଲର‌୍‌’ ଏବେ ଭାରତରେ ମିଳୁଛି। ଏହି ବ୍ରିଡ୍‌ର କୁକୁର ଏକଦା ଜର୍ମାନ୍‌ରେ ଗୃହ ପାଳିତ ପଶୁଙ୍କୁ ବାହାରେ ଚରାଇବା ସହିତ ମାଲ୍‌ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବହନ କରୁଥିଲେ। ପରେ ସ୍ପେନ୍‌, ଇଟାଲୀ, ରୋମାନିଆ, ଫ୍ରାନ୍ସରେ ‘ରଟ୍‌ଵିଲର‌୍‌’ ବ୍ୟବହାରକୁ ବ୍ୟାନ୍‌ କରାଯାଇଥିଲା। ସବୁଠୁ ହି˚ସ୍ର ଏବ˚ ବୁଦ୍ଧିଆ କୁକୁରଙ୍କ ତାଲିକାର ଶୀର୍ଷ ସ୍ଥାନରେ ରହିଛି ‘ରଟ୍‌ଵିଲର‌୍‌’। ଏହା ଏତେ ହି˚ସ୍ର ଯେ, ଶତ୍ରୁକୁ ଥରେ କାବୁ କଲେ ସହଜରେ ଛାଡେ଼ନାହିଁ। ଏବେ ଭାରତ ସୀମାରେ ରାତିରେ ‘ରଟ୍‌ଵିଲର‌୍‌’ଙ୍କୁ ମୁତୟନ କରାଯାଉଛି। ‘ରଟ୍‌ଵିଲର‌୍‌’ ସାରା ରାତି ଅନିଦ୍ରା ରହି ଶତ୍ରୁଙ୍କ ଉପରେ କଡ଼ା ନଜର ରଖିଥାଏ। ପୁଲିସ ବିଭାଗରେ ‘ରଟ୍‌ଵିଲର‌୍‌’କୁ ସୀମା ଜଗୁଆଳି ବି କୁହାଯାଏ। ଓଡ଼ିଶା ପୁଲିସକୁ ନକ୍ସଲ ଅପରେସନ୍‌ରେ ଏହା ଦ୍ବାରା ବଡ଼ ସଫଳତା ମିଳିପାରିବ ବୋଲି କୁହାଯାଉଛି। ଅନ୍ୟପଟେ ସିଆର‌୍‌ପିଏଫ୍‌ ଯବାନ ବ୍ୟବହାର କରୁଥିବା ଚିତା ବାଘ ପରି ଚତୁର କୁକୁର ‘ବେଲ୍‌ଜିଅନ୍‌ ସେଫର୍ଡ’ ବା ‘ମେଲିନଏଜ୍‌’ କୁକୁର ଓଡ଼ିିଶା ପୁଲିସ ଆଣିବାକୁ ଯୋଜନା ଚାଲିଛି।

ସମ୍ବନ୍ଧିତ ଖବର