ଏସ୍ଡିଜେଏମ୍ଙ୍କ ବଦଳି ଦାବିରେ ଓକିଲଙ୍କ ଧାରଣା : କୋର୍ଟ ଭିତରକୁ ପଶି ପାରିଲେନି ବିଚାରପତି
ରାଉରକେଲା : ଏସ୍ଡିଜେଏମ୍ଙ୍କ ବଦଳି ଦାବିରେ ରାଉରକେଲା ଓକିଲ ସଂଘ ପକ୍ଷରୁ ଆଜି କୋର୍ଟ ବର୍ଜନ କରାଯାଇଥିଲା। ସଂଘର ସଭାପତି ଓ ସାଧାରଣ ସମ୍ପାଦକଙ୍କ ନେତୃତ୍ବରେ ଶତାଧିକ ଆଇନଜୀବୀ ବିରଜାପାଲି ନୂଆ କୋର୍ଟର ଉଭୟ ପାର୍ଶ୍ବ ଗେଟ୍ରେ ଧାରଣାରେ ବସିଥିଲେ। ସେମାନେ ବିଚାରପତିମାନଙ୍କୁ କୋର୍ଟ ଭିତରକୁ ପଶିବାକୁ ଦେଇ ନଥିଲେ। ଧାରଣାକାରୀ ଗେଟ୍ ଆଗରେ ଶୋଇ ରହିବାରୁ ବିଚାରପତିମାନେ କୋର୍ଟ ଭିତରକୁ ପଶି ନ ପାରି ଫେରି ଯାଇଥିଲେ। ଫଳରେ କୋର୍ଟର ସମସ୍ତ କାର୍ଯ୍ୟ ଦିନକ ପାଇଁ ବନ୍ଦ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଓକିଲ ସଂଘ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହା ଯାଇଛି ଯେ, ଗତ ଜୁନ୍ ୨୭ ତାରିଖର ଏକ ଅର୍ଡର ଉପରେ ଓକିଲ ସଂଘ ଆପତ୍ତି ଉଠାଇ ଜିଲ୍ଲାଜଜ୍ ଓ ଉଚ୍ଚ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ଓକିଲ ସଂଘ ଆଜିଠାରୁ ସମସ୍ତ କୋର୍ଟ କାର୍ଯ୍ୟରୁ ନିଜକୁ ନିବୃ୍ତ ରଖିବାକୁ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।