ସିଙ୍ଗାପୁର ଏୟୁଭି ଚ୍ୟାଲେଞ୍ଜରେ ରାଉରକେଲା ଏନ୍‌ଆଇଟି ଦ୍ୱିତୀୟ

ରାଉରକେଲା : ଏସିଆର ପ୍ରମୁଖ ବୈଷୟିକ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରତିନିଧିତ୍ୱରେ ସିଙ୍ଗାପୁରରେ ଅନୁଷ୍ଠିତ ‘ସିଙ୍ଗାପୁର ଅଟୋନୋମସ୍‌ ଅଣ୍ଡର ଓ୍ଵାଟର୍‌ ଭେହିକିଲ୍‌ ଚ୍ୟାଲେଞ୍ଜ’ (ଏସ୍‌ଏୟୁଭିସି)ରେ ରାଉରକେଲା ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି) ଛାତ୍ରଛାତ୍ରୀ ଦଳ କୃତିତ୍ୱ ଅର୍ଜନ କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି। ଅନୁଷ୍ଠିତ ୫ ଦିନିଆ ପ୍ରତିଯୋଗିତାର ଫଳ ଆଜି ରାତି ୮ଟା (ଭାରତୀୟ ସମୟ)ରେ ପ୍ରକାଶ ପାଇଥିଲା। ଅନୁଷ୍ଠିତ ତୀବ୍ର ପ୍ରତିଯୋଗିତାରେ ଚୀନର ନର୍ଥେଓ୍ଵଷ୍ଟ୍‍ ପଲିଟେକ୍ନିକାଲ୍‌ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଏନ୍‌ଆଇଟି-ରାଉରକେଲା ଦ୍ୱିତୀୟ ଓ ଋଷିଆର ଫାର୍‌ ଇଷ୍ଟର୍ଣ୍ଣ ଫେଡ଼େରାଲ୍‌ ବିଶ୍ୱିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡ଼ିଛି। ତେବେ ଫଟୋଗ୍ରାଫି ପ୍ରତିଯୋଗିତାରେ ଭାରତର ଜାକିର୍‌ ହୁସେନ୍‌ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ସର୍ବାଧିକ ପସନ୍ଦ ହାସଲ କରି କୃତିତ୍ୱ ଅର୍ଜନ କରିଛି।

ସମ୍ବନ୍ଧିତ ଖବର