ପ୍ରାର୍ଥିପତ୍ର ପ୍ରତ୍ୟାହାର କଲେ ମିନତୀ, ସାରଦାଙ୍କ ପାଇଁ ପ୍ରଚାର କରିବେନି

ରାଉରକେଲା : ରାଉରକେଲା ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିବା ଅସନ୍ତୁଷ୍ଟ ବିଜେଡି ନେତ୍ରୀ ତଥା ମହିଳା ବିଜେଡି ରାଜ୍ୟ ସମ୍ପାଦିକା ମିନତୀ ଦେବତା ଆଜି ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।

ମିନତୀ ଶଙ୍ଖ ପତାକା ଧରି ନିଜ ଶକ୍ତି ପ୍ରଦର୍ଶନ କରିବା ସହିତ ନାମାଙ୍କନପତ୍ର ଦାଖଲ କରିଥିଲେ। ଦିନକ ପରେ ଭୁବନେଶ୍ବରରୁ ତାଙ୍କୁ ହାଇକମାଣ୍ଡଙ୍କ ଡାକରା ଆସିଥିଲା। ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ହାଇକମାଣ୍ଡ ତାଙ୍କୁ ପରାମର୍ଶ ଦେଇଥିଲେ। ଏହି ପରାମର୍ଶକୁ ଗ୍ରହଣ କରି ସେ ଆଜି ପାନପୋଷ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣଂ ଅଫିସରଙ୍କ ନିକଟରେ ପହଞ୍ଚି ନିଜର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।

ରାଉର‌କେଲା ଆସନରେ ସାରଦାଙ୍କ ପାଇଁ ପ୍ରଚାର କରିବେ କି ନାହିଁ ପ୍ରଶ୍ନ କରାଯିବାରୁ ସେ ଚୁପ୍‌ ରହିଥିଲେ। ପ୍ରଶ୍ନକୁ ଏଡାଇ ‘‘ମୋତେ ସାରଦାଙ୍କ ପାଇଁ ପ୍ରଚାର କରିବାକୁ ସେମିତି କିଛି ନିର୍ଦ୍ଦେଶ ଆସିନି । ସାରଦା ମଧ୍ୟ ମୋ ସହ ଯୋଗାଯୋଗ କରି ନାହାନ୍ତି’’ ବୋଲି କହିଥିଲେ।

ସମ୍ବନ୍ଧିତ ଖବର