ରାଉରକେଲା: ଓଜନ ଓ ମାପ ବିଭାଗର ସହକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍‌ସ୍‌ ଚଢ଼ାଉ

ରାଉରକେଲା: ଆୟବହିର୍ଭୂତ ସମ୍ପତ୍ତି ଜମା କରିବା ଅଭିଯୋଗରେ ସୋମବାର ସକାଳେ ଓଜନ ଓ ମାପ ବିଭାଗର ଜଣେ ସହକାରୀ ଅଧିକାରୀଙ୍କ ପାଞ୍ଚଟି ଘରେ ଏକକାଳୀନ ଭିଜିଲାନ୍‌ସ୍‌ ତରଫରୁ ଚଢ଼ାଉ କରାଯାଇଛି।

ରାଉରକେଲା ଭିଜିଲାନ୍‌ସ୍‌ ଆଜି ସକାଳ ସାଢ଼େ ଛଅଟା ପରେ ଓଜନ ଓ ମାପ ବିଭାଗର ସହକାରୀ ଅଧିକାରୀ ବିଦ୍ୟାଧର ବିଶ୍ୱାଳଙ୍କ ରାଉରକେଲା ସହର ଅନ୍ତର୍ଗତ ସିଭିଲ୍‌ ଟାଉନ୍‌ସିପ୍‌ସ୍ଥିତ କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଚଢ଼ଉ କରିଛି।

ଏହାଛଡ଼ା ଶ୍ରୀ ବିଶ୍ୱାଳଙ୍କର ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁରେ ଥିବା ପୈତୃକ ଘର, ରାଜଧାନୀ ଭୁବନେଶ୍ୱରସ୍ଥିତ ପୋଖରୀପୁଟରେ ଥିବା ତିନି ତାଲା କୋଠାଘର ଏବଂ ପାତ୍ରପଡ଼ାସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍‌ସ୍‌ ଏକ ସମୟରେ ଚଢ଼ଉ କରିଛି।

ସମ୍ବନ୍ଧିତ ଖବର