ରାଜ୍ୟର ତିନୋଟି ସ୍ଥାନରୁ ମିଳିଲା ମହାବଳ ବାଘର ସନ୍ଧାନ

ଭୁବନେଶ୍ବର: ରାଜ୍ୟର ତିନୋଟି ସ୍ଥାନରୁ  ମହାବଳବାଘର ସନ୍ଧାନ ମିଳିଛି । ଏହି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ । ବିଭାଗୀୟ ମନ୍ତ୍ରୀଙ୍କ କହିବା ମୁତାବକ, ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ଠାବ ହୋଇଛନ୍ତି ମହାବଳ ବାଘ । ବନ ବିଭାଗ ପକ୍ଷରୁ ଚାଲିଥିବା ଅନୁସନ୍ଧାନରୁ ଏହି ତଥ୍ୟ ହସ୍ତଗତ ହୋଇଛି । ସେଥିପାଇଁ ସୁନ୍ଦରଗଡ ଜିଲ୍ଲାର ହେମଗିରି ଜଙ୍ଗଲ , ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟ ଏବଂ ରାୟଗଡା ଜିଲ୍ଲାର ମୁନିଗୁଡାଠାରେ ପୂର୍ବରୁ ବନବିଭାଗ ତରଫରୁ କ୍ୟାମେରା ଲଗାଯାଇଥିଲା । ଏହି କ୍ୟାମେରାରେ ଉଠିଥିବା ଫଟୋରୁ ଜଙ୍ଗଲରେ ମହାବଳ ବାଘ ଥିବାର ପ୍ରମାଣ ମିଳିଛି । ତେବେ କେତେ ସଂଖ୍ୟକ ମହାବଳ ବାଘ ଏହି ସବୁ ଜଙ୍ଗଲରେ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ଏ ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜଶ୍ରୀ ରାଉତରାୟ ।

ସମ୍ବନ୍ଧିତ ଖବର