ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ୧୪ ସଂସ୍ଥା ପକ୍ଷରୁ ୧ କୋଟି ୬୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଗୁରୁବାର ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଇଷ୍ଟର୍ଣ୍ଣ ମିଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ମୋନିକା ନାୟର ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୫୦ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି।

ସେହିପରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ୫ ଲକ୍ଷ ଟଙ୍କା, ସାଈ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କା, ଆକାଶ ଇନଷ୍ଟିଚ୍ୟୁଟ୍‌ ୫୧ ଲକ୍ଷ ଟଙ୍କା, ଲାଲଚାନ୍ଦ ଜୁଏଲର୍ସ ୧୧ ଲକ୍ଷ ଟଙ୍କା, ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀଗଣ ୩,୪୧, ୯୧୦ ଟଙ୍କା, ଜଲାନ କାର୍ବନ ଆଣ୍ଡ କ୍ୟାମିକାଲସ୍‌ ପକ୍ଷରୁ ୫ ଲକ୍ଷ ଟଙ୍କା, ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୫,୭୬,୦୮୧ ଟଙ୍କା, ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ୍‌ ପକ୍ଷରୁ ୧ ଲକ୍ଷ ଟଙ୍କା, ସାରଦା ମାଇନସର କର୍ମଚାରୀଗଣ ୧,୭୦,୯୭୮ ଟଙ୍କା, ନ୍ୟାସନାଲ ଆଇନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୌନକ ପଣ୍ଡା ୩୦ ହଜାର ଟଙ୍କା ଦାନ କରିଛନ୍ତି।

ବଡ଼ଚଣା ଯୁବକ ସଂଘ ୨୦ ହଜାର ଟଙ୍କା, ଋଷି କୁମାର ପଟେଲ ୨୦ ହଜାର ଟଙ୍କା ଚେକ୍‌ ପ୍ରଦାନ କରିଛନ୍ତି। ଆଜି ୧୪ଟି ସଂସ୍ଥା ଓ ବ୍ୟକ୍ତି ବିଶେଷାଙ୍କ ପକ୍ଷରୁ ୧ କୋଟି ୪୯ ଲକ୍ଷ ୭୧ ହଜାର ୭୬୯ ଟଙ୍କା ଦାନ କରାଯାଇଛି।

ଶ୍ରୀମତୀ ଗୀତା ମେହେଟା ୧୦ ଲକ୍ଷ ଟଙ୍କାର ଚେକ୍‌ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି।

ସମ୍ବନ୍ଧିତ ଖବର