୧୪ ଲକ୍ଷ ଟଙ୍କା ଜବତ, ୩ ଅଟକ

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଟମକା-ମଙ୍ଗଳପୁର ସଡ଼କର ଭାଲୁକିପାତଳା ଗାଁ ପାଖରୁ ଆଜି ରାତିରେ ଫ୍ଲାଇଂ ସ୍କ୍ବାଡ୍ ଏକ ବୋଲେରୋ(ଓଡି-୩୩ଟି-୭୬୦୮)ରୁ ୧୪ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି। ଏଥିସହ ଉକ୍ତ ଗାଡ଼ିର ଡ୍ରାଇଭର ଏବଂ ଏଥିରେ ବସିଥିବା ଅନ୍ୟ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି। ଫ୍ଲାଇଂ ସ୍କ୍ବାଡ୍ ଏସ୍‌ଆଇ ମନୋରଞ୍ଜନ ସେଠୀ ଉକ୍ତ ଗାଡ଼ି ଓ ଟଙ୍କାକୁ କାଳିଆପାଣି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏ ସଂପର୍କରେ ଅଧିକ ଅନୁସନ୍ଧାନ ଜାରିରହିଛି ବୋଲି ଥାନା ଅଧିକାରୀ ରମାକାନ୍ତ ମୁଦୁଲି ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଉକ୍ତ ଗାଡ଼ିଟି ଏକ ପରିବହନ ଠିକାଦାର(ଟ୍ରାନ୍ସପୋର୍ଟର)ଙ୍କ ମାଲିକାନାରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର