ରାଜ୍ୟ ବଜେଟ୍‌ ୨୦୧୮-୧୯: ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି

ଭୁବନେଶ୍ୱର: ଆର୍ଥିକ ବର୍ଷ ୨୦୧୮-୧୯ରେ ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏଥି ପାଇଁ ସରକାର ୧୮୦୦ କୋଟି ଟଙ୍କା ବଜେଟ୍‌ ରଖିଛନ୍ତି। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ଆଦର୍ଶ ବିଦ୍ୟାଳୟକୁ ୨୫୦ କୋଟି ଟଙ୍କା ମିଳିଥିବା ବେଳେ ରାଷ୍ଟ୍ରୀୟ ମାଧ୍ୟମ ଶିକ୍ଷା ଅଭିଯାନ ପାଇଁ ୫ଶହ କୋଟି ଟଙ୍କା ମିଳିଛି। ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୦୮ କୋଟି ଟଙ୍କା ବଜେଟ୍‌ ରଖାଯାଇଛି। ସେହିଭଳି ମୋ ସ୍କୁଲ ଅଭିଯାନ ପାଇଁ ୫୦ କୋଟି ଟଙ୍କା ବଜେଟ୍‌ରେ ସ୍ଥାନ ମିଳିଛି।

ଚଳିତ ବଜେଟ୍‌ରେ ଓଡ଼ିଆ ଭାଷାର ପ୍ରଚାର ଓ ସଂରକ୍ଷଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଓଡ଼ିଆ ଭାଷାର ପ୍ରଚାର ଓ ସଂରକ୍ଷଣ ପାଇଁ କମିସନ ଗଠନ ହେବ। ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ୧ କୋଟି ଟଙ୍କା ମିଳିବ।

ସୂଚନାଯୋଗ୍ୟ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। କୃଷି ପାଇଁ ସରକାର ୧୬, ୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ କୃଷକ ବୀମା, ଫସଲ ବୀମା, କୃଷି ଉପକରଣ ଉପରେ ପ୍ରାଥମିକତା ଦେଇଛନ୍ତି।

ସମ୍ବନ୍ଧିତ ଖବର