କଳାହାଣ୍ଡି ମେଡିକାଲ କଲେଜ ପାଇଁ ୨୦୨କୋଟି

ଭୁବନେଶ୍ୱର : କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ୨୦୨.୩୯କୋଟି ଟଙ୍କା ପ୍ରଦାନ କରିଛନ୍ତି। ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏହି ମେଡିକାଲ ପ୍ରତିଷ୍ଠା ହେବା ଫଳରେ କଳାହାଣ୍ଡି ଜିଲ୍ଲା ଓ ଏହାର ନିକଟ ଅଞ୍ଚଳର ଲୋକମାନଙ୍କ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆସିପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ପୂର୍ତ ବିଭାଗ ତତ୍ୱାବଧାନରେ ଟର୍ଣ୍ଣ-କି ଭିତ୍ତିରେ ଏହି ମେଡିକାଲ କଲେଜ ନିର୍ମାଣ କରାଯିବ। ଏଥିପାଇଁ ୩୦୨.୩୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ବଜେଟ୍‌ରେ ଏଥିପାଇଁ ଅର୍ଥ ବ୍ୟବସ୍ଥା କରାଯାଇଥିବା ବେଳେ ନିର୍ମାଣ ନେଇ ପୂର୍ତ ବିଭାଗ ପକ୍ଷରୁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିରେ ୩ଶହ ଛାତ୍ର, ୧୫୦ ଛାତ୍ରୀ, ୧୦୦ ଶିକ୍ଷା ନିବାସ, ୧୦୦ ସିନିୟର ରେସିଡେଣ୍ଟ୍‌ ଓ ୬୦ଜଣ ନର୍ସ ରହିବା ନିମନ୍ତେ ହଷ୍ଟେଲ ନିର୍ମାଣ କରାଯିବ। ଏତଦ୍‌ବ୍ୟତୀତ ବିଭିନ୍ନ କିସମର ୮୬ ବାସଗୃହ ମଧ୍ୟ ନିର୍ମାଣ କରାଯିବ। ଏଥିରେ ୨୫ଟି ୪-ଆର, ୨୫ଟି ୩-ଆର, ୩୬ଟି ୨-ଆର କ୍ୱାର୍ଟର୍ସ ରହିଛି।

ଏହାସହ ହସ୍ପିଟାଲରେ ୧୫୦ ସ୍ଥାନ ବିଶିଷ୍ଟ ନର୍ସିଂ ହଷ୍ଟେଲ, ପାରାମେଡିକ୍‌ ପାଇଁ ୩୬ଟି ବାସଗୃହ ରହିବ। ଏହାବ୍ୟତିତ କେନ୍ଦ୍ରୀୟ ବାତାନୁକୂଳ ସୁବିଧା ଥିବା ୬୫୦ ଆସନ ବିଶିଷ୍ଟ ଏକ ଅତ୍ୟାଧୁନିକ ଅଡିଟୋରିୟମ୍‌ ମଧ୍ୟ ନିର୍ମାଣ କରାଯିବ। ଏହି ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ନିର୍ମାଣ ପାଇଁ ବେଦାନ୍ତ ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ବେଦାନ୍ତ ଡାକ୍ତରଖାନା ନିର୍ମାଣ ବାବଦକୁ ୧୦୦କୋଟି ଟଙ୍କା ଖର୍ଚ କରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର