ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ, ଛତିଶଗଡ଼ ଦୁର୍ଗ ଅଞ୍ଚଳର ୩ ଗିରଫ

ଖଡ଼ିଆଳ : ଖଡ଼ିଆଳ ବ୍ଲକ ମୋହରା ଛକଠାରେ ଏକ ବଲେରୋ ପିକ୍‌ଅପ୍‌ ଗାଡ଼ି ସହ ୩ ଲକ୍ଷ ୧୦ ହଜାର ଟଙ୍କା ଜବତ କରାଯାଇ ୩ ଜଣଙ୍କୁ ଗିରଫ କରାଯାଇଛି। ପ୍ରକାଶ ଯେ, ଶନିବାର ମଧ୍ୟରାତ୍ରିରେ ମୋହରା ଛକ ଠାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଏନ୍‌ଏସି ଇଓ କିଶୋର ସାହୁ ସନ୍ଧ୍ୟା ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ପିକଅପ୍ ଗାଡ଼ି (ସିଜି ୦୭ ବିଆଇଓ ୨୦୮୬)କୁ ସନ୍ଦେହରେ ଅଟକାଇଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ନଗଦ ୩ ଲକ୍ଷ ୧୦ ହଜାର ଟଙ୍କା ମିଳିଥିଲା। ଟଙ୍କା ସଂପର୍କରେ ଉପଯୁକ୍ତ ତଥ୍ୟ ଦେଇ ନପାରିବାରୁ ଚାଳକ ମହମ୍ମଦ ସମିର, ତାଙ୍କ ସହଯୋଗୀ ମହମ୍ମଦ ଆଶରଫ ଓ ମହମ୍ମଦ ଜବିରଙ୍କୁ ଗିରଫ କରି ଖଡ଼ିଆଳ ଥାନାରେ ଜିମା ଦେଇଥିଲେ। ଏମାନେ ଛତିଶଗଡ଼ର ଦୁର୍ଗ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ନିର୍ବାଚନର ରିଟର୍ଣ୍ଣିଂ ଅଫିସର ତଥା ଉପ ଜିଲ୍ଲାପଳ ତରଣୀସେନ ନାଏକଙ୍କୁ ଏହି ଟଙ୍କା ଆଜି ଜିମା ଦିଆଯିବ ବ‌ୋଲି ସୂଚନା ଦିଆଯାଇଛି। ମାଜିଷ୍ଟ୍ରେଟଙ୍କ ସହ ଏଏସଆଇ ଗୁଣନିଧି ବାଗ, ଦୁଇଜଣ ଯବାନ, ଜଣେ ଭିଡିଓଗ୍ରାଫର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର