କେନ୍ଦୁଝର : ଡିକି ଭାଙ୍ଗି ୪ ଲକ୍ଷ ୫୦ ହଜାର ଲୁଟ୍‌

କେନ୍ଦୁଝର : କେନ୍ଦୁଝର ଟାଉନ ଥାନାଠାରୁ ମାତ୍ର ୫୦ ମିଟର ଦୂର ଥାନା ଛକରୁ ଆଜି ଜଣେ ବ୍ୟବସାୟୀଙ୍କ ସ୍କୁଟି ଡିକି ଭାଙ୍ଗି କେହି ଦୁର୍ବୃତ୍ତ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛି। ଏ ସଂପର୍କରେ ଟାଉନ ଥାନାରେ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବ‌ା ଟାଉନ ଥାନା ଅଧିକାରୀ ସୋମନାଥ ଜେନା କହିଛନ୍ତି।। ଘଟଗାଁ ଥାନା ଢେଙ୍କିକୋଟ ନିକଟ ସାନ୍ତରାପୁରର ବ୍ୟବସାୟୀ ଆଫସର ଖାନ୍‌ ଆଜି ମଧ୍ୟାହ୍ନରେ ସ୍କୁଟିରେ କେନ୍ଦୁଝରସ୍ଥିତ ଷ୍ଟେଟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟକୁ ଆସିଥିଲେ।‌ ଦିନ ପ୍ରାୟ ୧୧ଟା ୧୦ରେ ସେ ବ୍ୟାଙ୍କରୁ ୪ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ। ଏହାପରେ ମେଡିକାଲ ସାମନାରେ ଥିବା ଔଷଧ ଦୋକାନକୁ ଯାଇ ଔଷଧ କିଣିଥିଲେ। ସେଠାରୁ ଫେରି ଥାନା ଛକରେ ଥିବା ଏକ ଷ୍ଟୁଡିଓ ସାମନାରେ ସ୍କୁଟି ରଖି ଫଟୋ ଉଠାଇବା ପାଇଁ ଯାଇଥିଲେ। ଫଟୋ ଉଠାଇ ଫେରିବାବେଳକୁ ଡିକି ଖୋଲା ଥିଲା ଏବଂ ଟଙ୍କା ନଥିଲା ବୋଲି ଆଫସର କହିଛନ୍ତି।

ସମ୍ବନ୍ଧିତ ଖବର