ଅନୁଗୁଳରେ ବ୍ରାହ୍ମଣୀ ସେତୁ ପାଇଁ ୪୯ କୋଟି

ପାରଳା ଇଞ୍ଜିନିୟରିଂ କଲେଜ ଛାତ୍ରାବାସ ପାଇଁ ୩୪ କୋଟି ଘୋଷଣା

ଭୁବନେଶ୍ୱର : ରାଉରକେଲାରେ ବ୍ରାହ୍ମଣୀ ସେତୁକୁ ନେଇ କେନ୍ଦ୍ର-ରାଜ୍ୟ ଭିଡାଓଟରା ଚାଲିଛି। ଠିକ୍‌ ଏତିକି ବେଳେ ବ୍ରାହ୍ମଣୀର ତଳମୁଣ୍ଡରେ ଅର୍ଥାତ୍‌ ରେଙ୍ଗାଳି ଡ୍ୟାମ୍‌ ନିକଟରେ ଏକ ବଡ଼ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏକ ପ୍ରେସ ବିଜ୍ଞପ୍ତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଏହି ସେତୁ ଟର୍ଣ୍ଣ କି ଭିତ୍ତିରେ କରାଯିବ। ଏଥିପାଇଁ ୪୯ କୋଟି ୬ଲକ୍ଷ ଟଙ୍କା ବିନିଯୋଗ କରାଯିବ। ଅଢେଇ ବର୍ଷ ଭିତରେ ଏହାର ନିର୍ମାଣ ଶେଷ କରିବା ଲାଗି ସରକାର କହିଛନ୍ତି।

ସେହିଭଳି ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମପୁର ଶୀତଳାପାଲିଠାରେ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜର ଦୁଇଟି ଛାତ୍ରାବାସ ନିର୍ମାଣ ପାଇଁ ନିର୍ଦେଶ ଦେଇଛନ୍ତି। ଏ ମଧ୍ୟରୁ ଗୋଟିଏ ଛାତ୍ରୀଙ୍କ ପାଇଁ ଅନ୍ୟଟି ଛାତ୍ରଙ୍କର। ଛାତ୍ରଙ୍କ ରହିବା ପାଇଁ ଉଦ୍ଦିଷ୍ଟ ହଷ୍ଟେଲ ନିର୍ମାଣ ଲାଗି ୧୭ କୋଟି ୫ଲକ୍ଷ ଟଙ୍କା ବ୍ୟୟ ହେବ। ଛାତ୍ରୀଙ୍କ ହଷ୍ଟେଲ ଲାଗି ଖର୍ଚ୍ଚ ହେବ ୧୭ କୋଟି ୩ଲକ୍ଷ ଟଙ୍କା। ପ୍ରତ୍ୟେକ ହଷ୍ଟେଲର ଆସନ ସଂଖ୍ୟା ୫୦୦ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର