ସଫଳତାର ସହ ସଂଗରୋଧ କେନ୍ଦ୍ର ଅବଧି ଶେଷ କଲେ ପ୍ରବାସୀଙ୍କୁ ମିଳିବ ଅନୁକମ୍ପାମୂଳକ ୨୦୦୦ ଟଙ୍କା

ଭୁବନେଶ୍ୱର: ସଂଗରୋଧ କେନ୍ଦ୍ରରେ ସଫଳତାର ସହ ଅବଧି ପୂରଣ କଲେ ପ୍ରବାସୀମାନଙ୍କୁ ଅନୁକମ୍ପାମୂଳକ ୨୦୦୦ ଟଙ୍କାର ରାଶି ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ । ଆଜି ଏଥି ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟ ସରକାର ଏସଂକ୍ରନ୍ତାରେ ଆଜି ବିଜ୍ଞପ୍ତି ଜାରି କରିଛନ୍ତି । ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଏନେଇ ବିଜ୍ଞପ୍ତି ଜାରି କରିବା ସହ ଏଥିରେ କହିଛନ୍ତି, ୨୦୦୦ ଟଙ୍କାର ଅନୁକମ୍ପାମୂଳକ ରାଶି ଦିଆଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୨ କୋଟି ଟଙ୍କା ମଂଜୁରୀ ହୋଇଛି ।

ସୂଚନାଯୋଗ୍ୟ, ସଂଗରୋଧ କେନ୍ଦ୍ର ଅବଧି ଶେଷ ହେବା ପରେ ମଧ୍ୟ ପ୍ରବାସୀମାନଙ୍କୁ ଅନୁକମ୍ପାମୂଳକ ରାଶି ମିଳୁ ନଥିବା ନେଇ ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ଅଣାଯାଇଥିଲା ।

ସମ୍ବନ୍ଧିତ ଖବର