ପୁରୀ ପାଇଁ ୩୨୦୮କୋଟି : ପୁରୀର ବିକାଶ ପାଇଁ ଅବଢା ଯୋଜନାରେ ବିନିଯୋଗ ହେବ ୩୨୦୮କୋଟି

୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ସରକାରୀ ନିୟନ୍ତ୍ରଣରେ ରହିବନି ଗୋବର୍ଧନ ପୀଠ
୭ଟି ବ୍ଲକକୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦିଆଯିବ
ଆୟ, ଜାତିଗତ ପ୍ରମାଣ ପତ୍ର ଉପରୁ ଫି ଛାଡ଼

ଭୁବନେଶ୍ବର : ପୁରୀର ବିକାଶ ପାଇଁ ୩୨୦୮ କୋଟି ଟଙ୍କା ବିନିଯୋଗ ହେବ। ଅବଢା ଯୋଜନାରେ ଏତେ ପରିମାଣର ଅର୍ଥ ବିନିଯୋଗ କରାଯିବାକୁ ଲକ୍ଷ୍ୟ ରଖାଯାଇଛି; ଯାହା ୩ ବର୍ଷ ମଧ୍ୟରେ ପୁରୀର ବିକାଶ କାର୍ଯ୍ୟରେ ଲାଗିବ। ଚଳିତବର୍ଷ ୭୧୯ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ପୁରୀ ଗୋବର୍ଧନ ପୀଠର ପରିଚାଳନାଗତ ଅଧିକାର ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ। ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ ଅନୁଯାୟୀ ଏହା ଆଉ ପରିଚାଳିତ ହେବ ନାହିଁ। ସରକାରୀ ନିୟନ୍ତ୍ରଣରେ ଆଉ ଏହି ମଠ ରହିବ ନାହିଁ।

ଏହାକୁ ମିଶାଇ ମୋଟ୍‌ ୧୧ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ସରକାର ଦେବଗଡ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ୭ଟି ବ୍ଲକର ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତୀତ ବାସିନ୍ଦା, ଆୟ, ଜାତିଗତ ପ୍ରମାଣ ପତ୍ର କ୍ଷେକ୍ଷତ୍ରରେ ଆବେଦନ ଓ ୟୁଜର୍ସ ଫି ଶତ ପ୍ରତିଶତ ଛାଡ଼ କରିବାକୁ ନିଷ୍ପତ୍ତି ହୋଇଛି।।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଲେ ଯେ ରାଜ୍ୟ ସରକାର ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ େକନ୍ଦ୍ରରେ ପରିଣତ କରିବା ଲାଗି ସ୍ଥିର କରିଛନ୍ତି। ଆସନ୍ତା ଦିନରେ ପୁରୀରେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଯାତ୍ରୀମାନଙ୍କୁ ଉନ୍ନତ ଓ ସୁଲଭ ମୂଲ୍ୟରେ ସୁବିଧା ସୁେଯାଗ େଯାଗାଇ ଦେ‌ବେ। ଏହା ସହିତ ମନ୍ଦିର ଏକ ପ୍ରସିଦ୍ଧ ତୀର୍ଥ ସ୍ଥାନ େହାଇଥିବାରୁ ସବୁ ଦିଗରୁ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ଜରୁରୀ େବାଲି ବିଚାର କରାଯାଉଛି।

ଏହାକୁ ଦୃଷ୍ଟିରେ ରଖି ୨୦୧୭-୧୮ରେ ରାଜ୍ୟ ସରକାର ଅବଢା େଯାଜନା ଆରମ୍ଭ କରିଥିଲେ। ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବେ ହବିଷିୟାଳିଙ୍କ ରହଣି ପାଇଁ ନୂତନ ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ପୁରୀର ବିଭିନ୍ନ ସ୍ଥାନରେ ରାସ୍ତାର ଉନ୍ନତୀକରଣ ସହିତ ଷ୍ଟାଡିୟମ ନିର୍ମାଣ ବି ଚାଲୁ ରହିଛି।

ମୁଖ୍ୟଶାସନ ସଚିବ କହିଥିଲେ, ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ବିମଳ ପ୍ରସାଦ ଦାଶଙ୍କୁ ନେଇ ଗଠିତ ତଦନ୍ତ ଆୟୁକ୍ତଙ୍କ ସୁପାରିସ ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଦେବୋତ୍ତର ସଂସ୍ଥାର ସୁଶାସନ ଓ ପ୍ରଶାସନ ପାଇଁ କିଛି େଯାଜନା ଅନୁମୋଦନ କରାଯାଇଛି। ସରକାର ଏସବୁ କାର୍ଯ୍ୟକ୍ରମକୁ ଅବଢା େଯାଜନାରେ ଅନ୍ତର୍ଭୁକ୍ତ କରିଛନ୍ତି। େମାଟ ୧୫ଟି ପ୍ରକଳ୍ପର ବିକାଶ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ନିଷ୍ପତ୍ତି େହାଇଛି। ପୂର୍ବରୁ ଶ୍ରୀଜଗନ୍ନାଥ ମନ୍ଦିର ସୁରକ୍ଷା ଏବଂ ଐତିହ୍ୟ େକ୍ଷତ୍ରର ବିକାଶ ପାଇଁ ମନ୍ଦିର ଚାରିପାଖରୁ ୭୫ମିଟର ଅଞ୍ଚଳ ଖାଲି କରାଯାଇଛି। ଶ୍ରୀ ସେତୁ ପ୍ରକଳ୍ପର ବିକାଶ କରାଯାଉଛି, ଯାହା ଦ୍ବାରା ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ବାଇ ପାସ୍ ରାସ୍ତା ନିର୍ମାଣ ହେବ। ୪.୮ କିେଲାମିଟର ଦୀର୍ଘ ମୂଷା ନଦୀର ପୁନରୁଦ୍ଧାର େଯାଜନା େହାଇଛି। ବହୁତଳ କାର୍ ପାର୍କିଂ, ପୁରୀ ହ୍ରଦ ଉନ୍ନତୀକରଣ େଯାଜନା, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ େକନ୍ଦ୍ର, ଗୃହ ନିର୍ମାଣ େଯାଜନା, ତିନି ମହଲା ବିଶିଷ୍ଟ ରଘୁନନ୍ଦନ ପାଠାଗାର, ଆଚାର୍ଯ୍ୟ ହରିହର ଛକର ପୁନଃ ଉନ୍ନତୀକରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଅଠରନଳା ଐତିହ୍ୟର ଉନ୍ନତୀକରଣ, ତୀର୍ଥ ପୁଷ୍କରିଣୀର ବିକାଶ, ବିଭିନ୍ନ ମଠର ଉନ୍ନତି ପ୍ରସ୍ତାବକୁ ସରକାର ଅନୁମୋଦନ େଦଇଛନ୍ତି। ଏସବୁ ପ୍ରକଳ୍ପ ଲାଗି େମାଟ ୩୨୦୮ େକାଟି ଟଙ୍କା ଖର୍ଚ୍ଚ ହେବ େବାଲି ବ୍ୟୟ ଅଟକଳ କରାଯାଇଛି। ଯାହାକୁ କ୍ୟାବିେନଟ୍ ଆଜି ଅନୁମୋଦନ ଦେଇଛନ୍ତି। ତେବେ ତିନିଟି ପର୍ଯ୍ୟାୟରେ ଏହି ଅର୍ଥ ପ୍ରଦାନ କରାଯିବ। ୨୦୧୯-୨୦ ଆର୍ଥିକ ବର୍ଷରେ ଅର୍ଥାତ୍ ଚଳିତ ବର୍ଷ ୭୧୯ େକାଟି ଟଙ୍କା, ୨୦୨୦-୨୧ରେ ୧୪୦୨ େକାଟି ଓ ୨୦୨୧ରେ ୧୦୮୭ େକାଟି ଟଙ୍କା ଖର୍ଚ୍ଚ ହେବ େବାଲି ସ୍ଥିର େହାଇଛି।

ପୁରୀ ଗୋବର୍ଧନ ପୀଠ ସଂପର୍କରେ ଏକ ବଡ଼ ନିଷ୍ପତ୍ତି କ୍ୟାବିନେଟର ଅନୁମୋଦନ ଲାଭ କରିଛି। ଏ ସଂକ୍ରାନ୍ତରେ ସୂଚନା େଦଇ ମୁଖ୍ୟ ସଚିବ କହିଥିଲେ, ରାଜ୍ୟରେ ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମଧ୍ୟରେ ପୁରୀ େଗାବର୍ଧନ ପୀଠ ଓ ଶ୍ରୀ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କର ଅଗ୍ରଣୀ ତଥା ମୁଖ୍ୟ ଭୂମିକା ରହିଛି। ପୁରୀ େଗାବର୍ଧନ ମଠ ସମେତ ବିଭିନ୍ନ େକ୍ଷତ୍ରରୁ ଆସିଥିବା ଅନୁରୋଧ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ କ୍ରମେ ସରକାର ଓଡ଼ିଶା ହିନ୍ଦୁ ଦେବୋତ୍ତର ଅଧିନିୟମ, ୧୯୫୧ରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି େନଇଛନ୍ତି। ଏହି ଅଧିନିୟମ ପରିସରରୁ େଗାବର୍ଧନ ପୀଠକୁ ବାଦ୍ ଦିଆଯିବାକୁ ସ୍ଥିର େହାଇଛି। ଫଳରେ ଏହି ମଠର ପରିଚାଳନାଗତ ଅଧିକାର ଦେବୋତ୍ତର ବିଭାଗ ପାଖରେ ଆଉ ରହିବ ନାହିଁ ବରଂ େଖାଦ୍ ଶଙ୍କରାଚାର୍ଯ୍ୟଙ୍କ ଉପରେ ନ୍ୟସ୍ତ ରହିବ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ କ୍ୟାବିନେଟ୍ ଆଜି ବାସିନ୍ଦା, ଆୟ ଓ ସଂପତ୍ତି ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ ନିମନ୍ତେ େଲାକଙ୍କ ଠାରୁ ଆଦାୟ କରାଯାଉଥିବା ସମସ୍ତ େଦୟ ଅର୍ଥାତ୍ ଆବେଦନ ଓ ୟୁଜର୍ସ ଫି ଆଦି ଛାଡ କରିବାକୁ ନିଷ୍ପତ୍ତି େନଇଛନ୍ତି। ଉତ୍ତରାଧିକାରୀ, ଅଭିଭାବକ, ତପସିଲଭୁକ୍ତ ଜାତି, ଜନଜାତି, ପଛୁଆ ବର୍ଗ, ସାମାଜିକ ତଥା ଆର୍ଥିକ ଏବଂ ଅନଗ୍ରସର ବର୍ଗ ପ୍ରମାଣ ପତ୍ର େକ୍ଷତ୍ରରେ ମଧ୍ୟ ଅନୁରୂପ ବ୍ୟବସ୍ଥା ଲାଗୁ ହେବ। ଆବେଦନ ପତ୍ର ପାଇଁ ୧ ଟଙ୍କା ଓ ୟୁଜର୍ସ ଫି ବାବଦରେ ୩୦ ଟଙ୍କା ଦେବାକୁ ପଡୁଥିଲା। ହେଲେ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଅର୍ଥାତ୍ ଅନଲାଇନ୍ ମାଧ୍ୟମରେ ଯଦି କେହି ଏସବୁ ପ୍ରମାଣ ପତ୍ର ପାଇଁ ଆବେଦନ କରନ୍ତି, ତେବେ ଏହି ଫି ସେମାନଙ୍କ ପାଇଁ ପୂର୍ବବତ୍ ବଳବତ୍ତର ରହିବ।

ରାଜ୍ୟ ସରକାର ଆଜି ପାନୀୟ ଜଳ ଯୋଗାଣ େକ୍ଷତ୍ରରେ ମଧ୍ୟ ଏକାଧିକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ବସୁଧା େଯାଜନାରେ ରାଜ୍ୟର େଢଙ୍କାନାଳ ଜିଲ୍ଲାରେ ଦୁଇଟି ପ୍ରକଳ୍ପକୁ େଗାଟିଏ ପ୍ୟାକେଜରେ କାର୍ଯ୍ୟକାରୀ କରିବାକୁ ସ୍ଥିର େହାଇଛି। ଓଡ଼ାପ଼ଡା ବ୍ଲକ ଅନ୍ତର୍ଗତ ୨୮ଟି ପଞ୍ଚାୟତ ଅଧୀନରେ ଥିବା ୧୩୨ଟି ଗାଁର ୧ଲକ୍ଷ ୪୩ ହଜାର ୪୮୨ େଲାକଙ୍କୁ ନିରାପଦ ଜଳ େଯାଗାଇ ଦିଆଯିବ। ସେହିପରି ହିନ୍ଦୋଳ ବ୍ଲକ ଅନ୍ତର୍ଗତ ୩୫ଟି ପଞ୍ଚାୟତ ଅଧୀନରେ ୧୮୫ଟି ଗାଁର ୧ଲକ୍ଷ ୭୪ ହଜାର ୪୩୨ େଲାକଙ୍କ ପାଇଁ ଆଉ ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି। େମସର୍ସ େଭାଲଟାଜ୍ ଲିମିଟେଡ୍ ୩୪୯ େକାଟି ୩୮ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ କରିବେ। ୨୪ ମାସ ସମୟସୀମା ମଧ୍ୟରେ ସରକାର ଏସବୁ ପ୍ରକଳ୍ପକୁ େଶଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାର ଏନଆରଡିଡବ୍ଲୁପି େଯାଜନାରେ ଦେବଗଡ ଜିଲ୍ଲାରେ ଦୁଇଟି ଗ୍ରାମ୍ୟ ପାନୀୟ ଜଳ େଯାଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସ୍ଥିର କରିଛନ୍ତି। ଏହାଦ୍ବାରା ବାରକୋଟ ବ୍ଲକ ଅନ୍ତର୍ଗତ ୨୧୬ଟି ଗାଁର ୧ଲକ୍ଷ ୨୨୫ େଲାକ ଓ ରିଆମାଳ ବ୍ଲକର ୨୧୬ଟି ଗାଁର ୯୧ ହଜାର ୬୬୮ େଲାକ ପାନୀୟ ଜଳ ପାଇପାରିବେ। େମସର୍ସ େଭାଲଟାଜ୍ ଲିମିଟେଡ୍ ଏହି ପ୍ରକଳ୍ପ ମଧ୍ୟ କରିବ। ଏଥିପାଇଁ େମାଟ ୩୩୩ େକାଟି ୮୮ଲକ୍ଷ ଟଙ୍କା ବିନିଯୋଗ ହେବ। ଏହି ପ୍ରକଳ୍ପକୁ ମଧ୍ୟ ୨୪ମାସ ସମୟ ସୀମା ମଧ୍ୟରେ େଶଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଯାଜପୁର, କେନ୍ଦୁଝର, ମୟୂରଭଂଜ ଜିଲ୍ଲାର ୩ଟି ବ୍ଲକ ଅନ୍ତର୍ଗତ ୩୮୪ ଟି ଗ୍ରାମରେ ଭୂତଳ ଜଳ ଖଣି ଦ୍ବାରା ପ୍ରଭାବିତ େହାଇଛି। ଏହି ପରିପ୍ରେକ୍ଷୀରେ ଓଏମବିଏଡିସି ଅର୍ଥ ସହାୟତାରେ ଭୁପୃଷ୍ଠ ଜଳକୁ ବିଶୋଧନ କରି ବିଶୁଦ୍ଧ ଜଳ େଯାଗାଇ ଦେବା ନିମନ୍ତେ ସରକାର ପ୍ରକଳ୍ପ ହାତକୁ ନେଇଛନ୍ତି।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ୨୦ଟି ପଞ୍ଚାୟତ ଅଧୀନରେ ଥିବା ୭୧ଟି ଗ୍ରାମର ୧ଲକ୍ଷ ୧ ହଜାର ୬୮ ଜଣ େଲାକଙ୍କ ପାଇଁ ଏକ ପ୍ରକଳ୍ପ ହାତକୁ ନିଆଯାଇଛି। ସେହିଭଳି କେନ୍ଦୁଝର ଜିଲ୍ଲାର ହାଟଡିିହି ବ୍ଲକ ଅନ୍ତର୍ଗତ ୨୯ଟି ପଞ୍ଚାୟତ ଅନ୍ତର୍ଗତ ୨୦୦ଟି ଗାଁର ୧ଲକ୍ଷ ୨୬ ହଜାର ୬୩୩ ଜଣଙ୍କ ପାଇଁ ଅନ୍ୟ ଏକ ପ୍ରକଳ୍ପ ହେବ। ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ ୧୪ଟି ପଞ୍ଚାୟତ ଅଧୀନରେ ଥିବା ୧୧୩ଟି ଗ୍ରାମର ୯୨ ହଜାର ୮୮୩ େଲାକଙ୍କ ଲାଗି ସରକାର ଆଉ ଦୁଇଟି ପ୍ରକଳ୍ପ କରିବେ। ଏହିପରି େମାଟ ୪ଟି ପ୍ରକଳ୍ପ ଦାୟିତ୍ବ ହାଇଦ୍ରାବାଦର େମସର୍ସ ଏନସିସି ଲିଟିଟେଡ୍ ୬୪୧ େକାଟି ୫୭ଲକ୍ଷ ଟଙ୍କାରେ ୨୪ମାସ ମଧ୍ୟରେ ସାରିବେ।

ସମ୍ବନ୍ଧିତ ଖବର