ପୁଣି ଦୁର୍ଗାରେ ଯାନ୍ତ୍ରିକ ତ୍ରୁଟି : ୫ ଦିନ ହେଲା ଉତ୍ପାଦନ ବ୍ୟାହତ

ରାଉରକେଲା : ରକ୍ଷଣାବେକ୍ଷଣର ଅଭାବ ଓ ପରିଚାଳନାଗତ ତ୍ରୁଟି ଯୋଗୁଁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ଦୁର୍ଗାରେ ପୁଣି ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି। ୫ ଦିନ ଧରି କ୍ରମାଗତ ଉତ୍ପାଦନ ପ୍ରଭାବିତ ହେବାରୁ ଆଜି ଏହାକୁ ବନ୍ଦ କରି ଦିଆଯାଇଛି। ଏଥିଯୋଗୁଁ କାରଖାନାର ୧୩ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଉଛି।

ଗତ ୧୭ ତାରିଖ ପୂର୍ବାହ୍ନ ୯ଟା ୪୫ ମିନିଟ୍‌ରେ ବ୍ଲାଷ୍ଟ ଫର୍ଣ୍ଣେସ୍‌ ଦୁର୍ଗାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ର ଚାପ ସଂରକ୍ଷଣକାରୀ ଟର୍ବାଇନ୍‌ (ଟିଆର୍‌ଟି) ଠିକ୍‌ ଭାବେ କାମ କରିନଥିଲା। ଚାପ ଓ ତାପ ନିୟନ୍ତ୍ରଣ ହୋଇ ନପାରିବାରୁ ଉତ୍ପାଦନ ପ୍ରଭାବିତ ହୋଇଛି। ଗତ ରାତି ସାଢେ ୩ଟାରେ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌ ଆଦୌ ଉତ୍ତପ୍ତ ହୋଇନଥିଲା। କ୍ରମାଗତ ଏଭଳି ଅବସ୍ଥାରେ ରହିବାରୁ ଆଜି ଅପରାହ୍‌ଣ ୩ଟାରୁ ‘ଦୁର୍ଗା’କୁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର