ଭୟଙ୍କର ସାମୁଦ୍ରିକ ଝଡ଼ ‘ତିତଲି’ ପରେ ଆଉ ଏକ ପ୍ରଳୟଙ୍କରୀ ବାତ୍ୟା ମାଡି ଆସୁଥିବା ଖବର ନେଇ ଏସଆରସି କ’ଣ କହିଲେ ଜାଣନ୍ତୁ

ଭୁବନେଶ୍ୱର: ଭୟଙ୍କର ସାମୁଦ୍ରିକ ଝଡ଼ ତିତଲି’ ପରେ ଏବେ ଆଉ ଏକ ପ୍ରଳୟଙ୍କାରୀ ବାତ୍ୟା ମାଡି ଆସୁଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହା ଏକ ‘ଗୁଜବ’ ଓ ଉଡା ଖବର ତେଣୁ କୌଣସି ଡରିବାର କାରଣ ନାହିଁ । ସୋସିଆଲ ମିଡିଆରେ କିଛି ଆଣ୍ଟି ସୋସିଆଲ ଏହି ଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି, ତେଣୁ ଏନେଇ ସାବଧାନ ରୁହନ୍ତୁ ବୋଲି ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ରୀ ରିଲିଫ କମିଶନର ବିଷ୍ଣୁପଦ ସେଠୀ ଟୁଇଟର କରିବା ସହ ଏଥିରେ ଆଦୌ ସତ୍ୟତା ନ ଥିବା ସ୍ପଷ୍ଟ କରି ଦେଇଛନ୍ତି।

ଏସଆରସି ବିଷ୍ଣୁ ପଦ ସେଠୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଉ ଏକ ବାତ୍ୟା ଆସୁଛି ବୋଲି ସୋସିଆଲ ମିଡିଆରେ କିଛି ଲୋକେ ଗୁଜବ ପ୍ରଚାର କରୁଥିବା ଆମ ଦୃଷ୍ଟିକୁ ଆସିଛି । ସେମାନଙ୍କୁ ଅନୁରୋଧ କରାଯାଉଛି ଯେ, ଏଭଳି ଗୁଜବ ପ୍ରଚାର କରନ୍ତୁ ନାହିଁ । ସାମାଜିକ ଭାବେ ଏପରି ଅପପ୍ରଚାର ଆଦୌ ଗ୍ରହଣୀୟ ନୁହେଁ। ଏହା ଏକ ଅପରାଧିକ ବ୍ୟବହାର ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏଭଳି କରୁଥିବା ଲୋକମାନେ କ୍ରାଇମ କରୁଛନ୍ତି ବୋଲି କହିଛନ୍ତି ଏସଆରସି। ସୂଚନାଯୋଗ୍ୟ, ‘ତିତ୍‌ଲି’ ଯୋଗୁ ୧୧ଟି ଜିଲ୍ଲାର ୭୬ଟି ବ୍ଳକ୍‌ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।

 

ସମ୍ବନ୍ଧିତ ଖବର