ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଧର୍ମଶାଳା ପୁଲିସ ଶନିବାର ଗିରଫ କରିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍ପି ଚରଣ ସିଂ ମୀନା ସୂଚନା ଦେଇଛନ୍ତି। ଗତକାଲି କାଲିଠାରୁ ସରପଞ୍ଚଙ୍କ ସ୍ବାମୀ ତଥା ଠିକାଦାର ରୂପେଶ ଭଦ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଥିଲା। ଆଜି ପ୍ରାଥମିକ ତଦନ୍ତ ପରେ ସ୍ମିତାରାଣୀ ବିଶ୍ୱାଳଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି।
/sambad/media/post_attachments/wp-content/uploads/2019/10/98-750x430-2-300x172.jpg)
ସୂଚନାଯୋଗ୍ୟ, ରୂପେଶ ଭଦ୍ରଙ୍କ ଗେଷ୍ଟ୍ ହାଉସରେ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଧର୍ମଶାଳା ପୁଲିସ ଗତ ଗୁରୁବାର ଠାରୁ ରୂପେଶଙ୍କୁ ପଚରାଉଚରା ଜାରି ରଖିଥିଲା। ସ୍ମିତାରାଣୀଙ୍କ ଶବକୁ ଗତକାଲି ଯାଜପୁର ଜିଲ୍ଲା ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରି ଦିଆଯାଇଥିଲା।
/sambad/media/post_attachments/wp-content/uploads/2019/10/Jajpur-VLW-File-Photo-16A-628x430-1-628x430-1-628x430-1-300x205.jpg)
ଡାକ୍ତର ନୀଳମଣି ତ୍ରିଲୋଚନ ବେହେରା ଓ ଡାକ୍ତର ସଂଜୀବ ପଲେଇଙ୍କ ବ୍ୟବେଚ୍ଛଦ ତଥ୍ୟ ଓ ଫରେନସିକ୍ ଟିମ ରିପୋର୍ଟ ଅନୁସାରେ ସ୍ମିତାରାଣୀଙ୍କ ମୃତ୍ୟୁ ରଶିରେ ଝୁଲି ହୋଇଛି ଏବଂ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା ବୋଲି ଯାଜପୁର ଏସ୍ପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ତେବେ ସ୍ମିତାରାଣୀ ଓ ରୂପେଶଙ୍କ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ଥିଲା। ଗତକିଛି ଦିନ ହେବ ଉଭୟଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଥିଲା । ଏହି କାରଣରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।
ଗତ ଦୁଇ ଦିନ ପୂର୍ବେ ଧର୍ମଶାଳାର ଭିଏଲଡବ୍ଲୁ ସ୍ମିତାରାଣୀଙ୍କର ସ୍ଥାନୀୟ ସରପଞ୍ଚଙ୍କ ଗେଷ୍ଟହାଉସରେ ମୃତ୍ୟୁ ହୋଇଥିଲା ।ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟହାଉସରେ ସ୍ମିତାରାଣୀଙ୍କର ଅସ୍ୱାଭାବିକ ଭାବେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠିଥିଲା । ଏପରିକି ସରପଞ୍ଚଙ୍କ ସ୍ୱାମୀଙ୍କ ଗେଷ୍ଟହାଉସକୁ ସ୍ମିତାରାଣୀ କାହିଁକି ଯାଇଥିଲେ ତାହାକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଏହି ଘଟଣାରେ ରୂପେଶଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୁଲିସ । ଆଉ ଆଜି ପ୍ରାଥମିକ ତଦନ୍ତ ପରେ ପ୍ରେମ ସମ୍ବନ୍ଧରୁ ସ୍ମିତାରାଣୀ ଆତ୍ମହତ୍ୟା କରିଥିବା ସନ୍ଦେହରେ ସରପଞ୍ଚଙ୍କ ସ୍ୱାମୀଙ୍କୁ ଗିରଫ କରିଛି ଧର୍ମଶାଳା ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/suicide-case-1.jpg)