ସାବାସ୍ ସାବିତ୍ରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଦୁର୍ଗମ ଗଂଗାବାଡ଼ ପଞ୍ଚାୟତକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଚର୍ଚ୍ଚାର ଘେରକୁ ଆସିଛନ୍ତି ବାରଘର ଗ୍ରାମର ବାସିନ୍ଦା ସାବିତ୍ରୀ ଭୂୟାଁ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଗ୍ରାମବାସୀ ଭାବବିହ୍ବଳ ହୋଇ ଉଠିଥିଲେ ସତ, ହେଲେ କେହି ତାଙ୍କ ସହ ମୁହାଁମୁହିଁ କଥା ହେବାକୁ ସାହସ ଜୁଟାଇ ପାରି ନଥିଲେ। ହେଲେ ସାବିତ୍ରୀଙ୍କ ମନରେ କୌଣସି ଆଶଙ୍କା କି ଭୟ ନଥିଲା। ସିଧାସଳଖ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ପ୍ରାୟ ୧୦ ମିନିଟ୍ ଧରି ଆଲୋଚନା କରିବା ସହ ମନର କ୍ଷୋଭକୁ ‌ରୋକି ପାରି ନଥିଲେ। ଫାଇଲିନ୍ ଓ ହୁଡ଼ହୁଡ୍ ପରେ ବି ଗ୍ରାମବାସୀ ଦୁର୍ବିସହ ଜୀବନ ଅତିବାହିତ କରୁଥିଲେ। ତଥାପି କୌଣସି ଜନପ୍ରତିନିଧି କି ପ୍ରାଶାସନିକ ଅଧିକାରୀ କେହି ସେମାନଙ୍କ ଦୁଃଖ ଶୁଣି ନଥିଲା। ସବୁ ଜାଣିବା ସ‌େତ୍ତ୍ବ ସେମାନଙ୍କୁ ଅଣଦେଖା କରାଯାଉଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପରେ ସେମାନଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି ବୋଲି ସାବିତ୍ରୀ ଭାବବିହ୍ବଳ ହୋଇ ଉଠିଥିଲେ। ସାବିତ୍ରୀଙ୍କ ଏଭଳି କାର୍ଯ୍ୟକୁ କେହି ପ୍ରଶଂସା ନକରି ରହି ପାରି ନ ଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ବସିବା ପରେ ପୁଣି କହିଥିଲେ ‘କଲ୍ ଦାଟ ଲେଡି ଆଗାଇନ୍’ (ପୁଣି ସେହି ମହିଳାଙ୍କୁ ଡାକ)…।

ସମ୍ବନ୍ଧିତ ଖବର