ଲ୍ୟାଣ୍ଡ୍‌ ମାଇନ୍ସ ବିସ୍ଫୋରଣ ଘଟଣା: ସବ୍ୟସାଚୀଙ୍କ ଜାମିନ ଖାରଜ

କଟକ : ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ଜାମିନ ହାଇକୋର୍ଟରେ ଖାରଜ ହୋଇଛି। ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ସବ୍ୟସାଚୀଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। ଏଥି ସହିତ ସବ୍ୟସାଚୀଙ୍କ ବିରୋଧରେ ବିଚାରାଧୀନ ଥିବା ଏହି ମାମଲାର ଶୀଘ୍ର ଶୁଣାଣି ଶେଷ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏଏସ୍‌ସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର