ସାଫେକ୍ସ ଇଣ୍ଡିଆ ଚିଟ୍‌ଫଣ୍ଡ ଠକେଇ : ଦୋଷ ସ୍ୱୀକାର କଲେ ଫିରୋଜ୍‌ ଖାନ୍‌

ଭୁବନେଶ୍ୱର : ସାଫେକ୍ସ ଇଣ୍ଡିଆର ଚିଟ୍‌ଫଣ୍ଡ ଠକେଇ ଅଭିଯୋଗରେ ଗିରଫ ଏମ୍‌ଡି ଫିରୋଜ ଖାନ୍‌ ଆଜି କୋର୍ଟରେ ଦୋଷ ସ୍ୱୀକାର କରିଛନ୍ତି। ଆଜି ତାଙ୍କୁ ସିବିଆଇ ସ୍ପେସାଲ୍‌ ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ସେ ତାଙ୍କ ପକ୍ଷ ରଖିଥିଲେ। ବିଭିନ୍ନ ସ୍କିମ୍‌ ମାଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ସଂପର୍କରେ ବିଚାରପତିଙ୍କ ସମ୍ମୁଖରେ ସ୍ୱୀକାର କରିଥିଲେ। ତେବେ ଗତ କିଛି ଦିିନ ତଳେ ଫିରୋଜ କୋର୍ଟରେ ପିଟିସନ୍‌ ଫାଇଲ୍‌ ଦାଖଲ କରିଥିଲେ। ସିବିଆଇ ତାଙ୍କ ବିରୁଦ୍ଧରେ ଅଣିଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପିଟିସନ୍‌ରେ ଉଲ୍ଲେଖ ରହିଛି। ଏହା ଉପରେ ଆଜି କୋର୍ଟରେ ଶୁଣାଣି ଥିଲା। ପ୍ରକାଶ ଥାଉ କି, ସଂସ୍ଥା ଓଡ଼ିଶା ଓ ପଶ୍ଚିମବଙ୍ଗର ହଜାର ହଜାର ଜମାକରୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ସହିଦନଗର ଥାନା ପୁଲିସ୍‌ ତାଙ୍କୁ ଗିରଫ କରି ସିବିଆଇକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର