ସାହାରା ଜମାକାରୀ ଘେରିଲେ

ବାଲେଶ୍ବର : ବାଲେଶ୍ବର ସାହାରା ଇଣ୍ତିଆ ଶାଖାରେ ଆଜି ଜମାକାରୀମାନେ ନିଜ ମାଚ୍ୟୁରିଟି ଟଙ୍କା ନ ମିଳିବାକୁ ନେଇ ହୋହଲ୍ଲା କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ସମୟାନୁସାରେ ମ୍ୟାଚୁରିଟି ହୋଇଥିଲେ ମଧ୍ୟ ସେକ୍ଟର ହେଡ୍‌ ଆଜିକାଲି କହିବା ସହ ଜମାକାରୀଙ୍କ ଟଙ୍କା ଯେଉଁଠି ଲାଗିଛି ତାହା ଆସନ୍ତା ୨୦୨୬ରେ ମ୍ୟାଚୁରିଟି ହେବ କହି ଫେରାଉନଥିଲେ। ଏହାକୁ ନେଇ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଁ ଗଣ୍ତଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୁଲିସ ହସ୍ତକ୍ଷେପ ପରେ ଜମାକାରୀଙ୍କୁ ଏକମାସ ମଧ୍ୟରେ ସେମାନଙ୍କ ଗଚ୍ଛିତ ଟଙ୍କା କେବେ ମିଳିବ ଓ କମ୍ପାନିର ନିୟମ ବିଷୟରେ ଲିଖିତ ଭାବେ ଜଣାଇବାକୁ ପ୍ରସ୍ତାବ ଦେବାପରେ ଉତ୍ତେଜନା ପ୍ରଶମିତ ହୋଇଥିଲା।

ସୂଚନାଯୋଗ୍ୟ, ସାହାରା ଇଣ୍ତିଆର ଶାଖାରେ ୧୭ହଜାରରୁ ଅଧିକ ଜମାକାରୀ ରିୟଲ ଇଷ୍ଟେଟ ହାଉସି˚ ଯୋଜନାରେ ୧୫ ବର୍ଷ ପାଇଁ ଟଙ୍କା ଗଚ୍ଛିତ ରଖିଥିଲେ। ସୁପ୍ରିମକୋର୍ଟ ନିର୍ଦେଶ ସତ୍ତ୍ବେ ସେମାନଙ୍କୁ ଅର୍ଥ ମିଳିନଥିଲା।

ସମ୍ବନ୍ଧିତ ଖବର