ମହୋଦଧିରେ ବିସର୍ଜନ ହେଲା ସହିଦ୍‌ଙ୍କ ଚିତାଭସ୍ମ

ପୁରୀ : ପୁଲୱାମା ଉଗ୍ରପନ୍ଥୀ ଆକ୍ରମଣରେ ସହିଦ ହୋଇଥିବା ମନୋଜ ବେହେରା ଏବଂ ପ୍ରସନ୍ନ ସାହୁଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜନ ହୋଇଛି। ଆଜି ଦିନ ସାଢ଼େ ୧୦ଟାରେ ସିଂହଦ୍ବାରରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଚିତାଭସ୍ମ ଶୋଭାଯାତ୍ରା ବାହାରିଥିଲା। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ବରେ ସଚେତନ ନାଗରିକ ମଞ୍ଚ, ବିଭିନ୍ନ ସଂଗଠନ, ବ୍ୟବସାୟୀ ଓ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ୍‌ ହୋଇଥିଲେ। ଶୋଭାଯାତ୍ରା ସ୍ବର୍ଗଦ୍ବାରରେ ପହଞ୍ଚିବା ପରେ ପାକିସ୍ତାନ ପତାକା ପୋଡ଼ା ଯାଇଥିଲା। ଏହାପରେ, ପବିତ୍ର ମହୋଦଧି ଜଳରେ ଚିତାଭସ୍ମ ବିସର୍ଜନ କରାଯାଇଥିଲା।

ସମ୍ବନ୍ଧିତ ଖବର