ଭିଡିଓ କନଫରେନ୍ସରେ ଉପସ୍ଥିତ ନ ରହିବାରୁ ୨୪ ଅଧିକାରୀଙ୍କ ଦରମା ଅଟକିଲା

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଅକ୍ଟୋବର ୨୫ରେ ହୋଇଥିବା ଭିଡିଓ କନଫରେନ୍ସରେ ଉପସ୍ଥିତ ନ ଥିବା ୯ଟି ଜିଲ୍ଲାର ୨୪ ଜଣ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦରମା ଅଟକାଇ ଦିଆଯାଇଛି। ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଅକ୍ଟୋବର ୨୬ରେ ଜାରି ନୋଟିସ ଅନୁସାରେ ବୁଧବାର ପୂର୍ବାହ୍ଣ ୧୦ଟା ୧୫ରେ ହୋଇଥିବା ଭିଡିଓ କନଫରେନ୍ସରେ ଏମାନେ ଉପସ୍ଥିତ ନ ଥିଲେ।

ନୋଟିସ କ୍ରମାଙ୍କ ୨୦୨୪୦ ଅନୁସାରେ ଭିଡିଓ କନଫରେନ୍ସରେ ଉପସ୍ଥିତ ନ ରହିବା ଯୋଗୁଁ ଅନୁଗୁଳ ଜିଲ୍ଲା ଅନୁଗୁଳ, ବଅଁରପାଳ, ଛେଣ୍ଡିପଦା, ତାଲଚେର, ଆଠମଲ୍ଲିକ, କିଶୋରନଗର, କଣିହା, ପାଲଲହଡ଼ା, ବୌଦ୍ଧ ଜିଲ୍ଲାର ବୌଦ୍ଧ, ବଲାଙ୍ଗୀର ଜିଲ୍ଲାର ଆଗଲପୁର, ବଲାଙ୍ଗୀର, ଦେଓଗାଁ, ସଇଁତଳା, କେନ୍ଦୁଝର ଜିଲ୍ଲାର କେନ୍ଦୁଝର, ମାଲକାନଗିରି ଜିଲ୍ଲାର ମାଲକାନଗିରି, ନୟାଗଡ଼ ଜିଲ୍ଲାର ନୟାଗଡ଼, ଖଣ୍ଡପଡ଼ା, ପୁରୀ ଜିଲ୍ଲାର ଅସ୍ତରଙ୍ଗ, ସତ୍ୟବାଦୀ, ପୁରୀ, ରାୟଗଡ଼ା ଜିଲ୍ଲାର ବିଶମ କଟକ, କୋଲନରା ଓ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ଓ ମାନେସର ବ୍ଲକ ଅଧିକାରୀମାନେ ଅନୁପସ୍ଥିତ ଥିଲେ।

ସୂଚନାଯୋଗ୍ୟ ବିଭାଗ ପକ୍ଷରୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଭିଡିଓ କନଫରେନ୍ସରେ ଉପସ୍ଥିତ ରହିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା।

ସମ୍ବନ୍ଧିତ ଖବର