ସାଲେପୁର ଦୁଷ୍କର୍ମ ମାମଲା : ‘ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦାୟକ’

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ୍‌ ଫଗୋଳ ପଂଚାୟତ ଜଗନ୍ନାଥପୁର ଗ୍ରାମର ଦୁଷ୍କର୍ମ ଓ ହତ୍ୟାର ଶିକାର ନାବାଳିକା ପରିବାର ଲୋକଙ୍କୁ ଭେଟିଛନ୍ତି ସାଂସଦ ସୌମ୍ୟରଂଜନ ପଟ୍ଟନାୟକ। ଏଭଳି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ସଭ୍ୟ ସମାଜରେ ଏଭଳି ଘଟଣା ଘଟୁଥିବା ଯୋଗୁଁ ମୁଣ୍ଡ ନଇଁ ଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ଭଗବାନ ମୃତ ନାବାଳିକାଙ୍କ ପରିବାରକୁ ଏହି ସ୍ଥିତିର ମୁକାବିଲା କରିବାପାଇଁ ଶକ୍ତି ପ୍ରଦାନ କରନ୍ତୁ ବୋଲି କହିଛନ୍ତି। ଓଡିଶାର ଅନେକ ସମସ୍ୟା ରହିଛି। କିନ୍ତୁ ଏହାକୁ ନେଇ ରାଜନୀତି କରିବା ଅନୁଚିତ୍‌ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ମାହାଙ୍ଗା ବିଧାୟକ ତଥା ସ୍ୱାସ୍ଥ୍ୟ ପରିବାର, ଆଇନ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଏଭଳି ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖିତ ତଥା ମର୍ମାହତ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର, କଟକ ଜିଲ୍ଳାପାଳ ସୁଶାନ୍ତ କୁମାର ମହାପାତ୍ର, ଏସ୍‌.ପି. ମାଧବ ଚନ୍ଦ୍ର ସାହୁ, ଏସ୍‌ଡିପିଓ ପ୍ରଦ୍ୟୁମ୍ନ କୁମାର ଜେନା, ବି.ଡି.ଓ ସୁରେଶ୍‌ ଚନ୍ଦ୍ର ପ୍ରଧାନ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, ଜିଲ୍ଳା ପରିଷଦ ସଭ୍ୟା ସବିତା ସାମଲ, ବ୍ଲକ୍‌ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଗିରିଶି ରଜଂନ ମହାପାତ୍ର, ପୂର୍ବତନ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଶୋକ କୁମାର ଓଝା, ବ୍ଲକ୍‌ ବିଜେଡି ଛାତ୍ର ସଭାପତି ଜଗନ୍ନାଥ ଲେଙ୍କା, ଯୁବନେତା ଜ୍ଞାନ ରଂଜନ ରାଉତ, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ଜେନା, ଜ୍ୟୋତିପ୍ରକାଶ ସ୍ୱାଇଁ, ସରପଞ୍ଚ ସ୍ୱର୍ଣ୍ଣଲତା ପୃଷ୍ଟି, ସରପଞ୍ଚ ରବୀନ୍ଦ୍ର ନାଥ ସେଠୀ, ଦେବେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।  କଟକ ଜିଲ୍ଲାପାଳ ଜିଲ୍ଳା ଲିଗାଲ୍‌ ସର୍ଭିସ୍‌ ଅଥରିଟ୍‌ ପକ୍ଷରୁ ମୃତ ନାବାଳିକା ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।

କଂଗ୍ରେସ, ବିଜେପି ପ୍ରତିନିଧି ଦଳର ଗସ୍ତ

ପିସିସି ସଭାପତି ନିରଂଜନ ପଟ୍ଟନାୟଙ୍କ ନିର୍ଦ୍ଦେଶରେ ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତ ଜଗନ୍ନାଥପୁର ଗ୍ରାମର ଦୁଷ୍କର୍ମ ପୀଡିତା ମୃତ ନାବାଳିକାର ପରିବାରକୁ ପିସିସିର ଏକ ପ୍ରତିନିଧି ଦଳ ଭେଟିଛନ୍ତି। ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ସେକ୍‌ ମତଲୁବ୍‌ ଅଲ୍ଳୀ, ଦୀପା ଚୌଧୁରୀ, ସୁମିତ୍ରା ଜେନା, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ବୀଣାପାଣି ସାମଲ, ଆର୍ଯ୍ୟଶ୍ରୀ ପ୍ରଧାନ, ଅନ୍ନପୁର୍ଣ୍ଣା ସାହୁ ପ୍ରମୁଖ ମୃତା ପୀଡିତାଙ୍କ ବାସଭବନରେ ପହଞ୍ଚ ପରିବାରକୁ ସମବେଦନା ଜଣାଇଥିଲେ।

ସେହିଭଳି, ବିଜେପିର ଏକ ପ୍ରତିନିଧି ଦଳ ମୃତା ନାବାଳିକାଙ୍କ ଜଗନ୍ନାଥପୁରସ୍ଥିତ ବାସଭବନକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ମାହାଙ୍ଗା  ନିର୍ବାଚନ ମଣ୍ଡଳୀ ବିଜେପି  ଯୁବନେତା ଶାରଦା ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ବିଜେପି ନେତା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ବିଜେପି ନେତ୍ରୀ  ତଥା ବିଜେପି ରାଜ୍ୟ ସଂପାଦିକା  ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଚୌଧୁରୀ ହେମନ୍ତ କୁମାର ସାହୁ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଠାକୁର ରଣଜିତ ଦାସ, ସତ୍ୟବାଦୀ ଚଇନି, ସମୀର ସାମଲ, ତ୍ରିବିକ୍ରମ ସ୍ୱାଇଁ, ଆଇନଜୀବୀ ଅମରେନ୍ଦ୍ର ଦାସ, ପୀତାମ୍ବର ମହାନ୍ତି, ବିପ୍ଲବ କୁମାର କାପ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର