ସାଲେପୁର ପୀଡ଼ିିତାଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ :ଦୁଷ୍କର୍ମର ଶିକାର ହୋଇ କଟକ ବଡମେଡିକାଲ ପେଡିଆଟ୍ରିକ୍‌ ଆଇସିୟୁରେ ଚିକିତ୍ସାଧୀନ ସାଲେପୁର ପୀଡ଼ିତାଙ୍କ ଅବସ୍ଥା ଆଜି ମଧ୍ୟ ସଙ୍କଟାପନ୍ନ ରହିଛି। ତାଙ୍କର ପଲ୍‌ସ ରେଟ୍‌ କମି କମି ଯାଉଛି। ୧୦୦ରୁ ୧୨୦ ଭିତରେ ରହିବା ବଦଳରେ ୬୪ ରହୁଥିବା ଚିକିତ୍ସାର ତଦାରଖ କରୁଥିବା ୧୩ ଜଣିଆ ଡାକ୍ତରୀ ଦଳଙ୍କ ସୂଚନାରୁ ଜଣାପଡିଛି। ଗତକାଲି ତାଙ୍କୁ କ୍ଷୀର ପିଇବାକୁ ଦିଆଯାଇଥିବାବେଳେ ତା’ ମଧ୍ୟ ଯାଇନଥିଲା। କିଛି ସମୟ ପାଇଁ ଆଖି ଖୋଲିଥିବାବେଳେ ପୁଣି ଆଖି ବନ୍ଦ କରିଥିଲେ ପୀଡିତା। ଗତ ୨୧ତାରିଖ ରାତିରେ ସାଲେପୁର ଥାନା ଅନ୍ତର୍ଗତ ଫୋଗଳ ପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୬ ବର୍ଷର ଶିଶୁକନ୍ୟାକୁ ପଡିଶା ଘରର ଯୁବକ ମହମ୍ମଦ ମୁସାକ୍‌ ସ୍କୁଲ ଘରକୁ ଟେକିନେଇ ଦୁଷ୍କର୍ମ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ମହମ୍ମଦ ମୁସାକ୍‌କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର