ଭିମ୍‌ସାର୍‌ ନିର୍ଦ୍ଦେଶକଙ୍କ ଲୁଣ ଚିକିତ୍ସ‌‌ା! : ଭିଡିଓ ଭାଇରାଲ୍‌ ପରେ ମୁହଁ ଖୋଲିଲେ

ସମ୍ବଲପୁର : ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ଘଟଣାରେ ଚର୍ଚ୍ଚାରେ ରହି ଆସିଥିବା ନିର୍ଦ୍ଦେଶକ ଅଶ୍ବିନୀ କୁମାର ପୂଜାହାରୀ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛି। ତାଙ୍କର ଏକ ଚିକିତ୍ସା ପଦ୍ଧତି ସମ୍ପର୍କରେ ଭିଡିଓ ଭାଇରାଲ୍‌ ହୋଇଛି। ତେବେ, ଏହି ଭିଡିଓରେ ପ୍ରଦର୍ଶିତ ଭିଡିଓ ସମ୍ପୂର୍ଣ୍ଣ ନୁହେଁ ବୋଲି ସେ କହିଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଭାଇରାଲ୍‌ ହୋଇଥିବା ଭିଡିଓ ହେଉଛି ନିର୍ଦେଶକ ଡା.ପୂଜାହାରୀଙ୍କ ଲୁଣ ଚିକିତ୍ସା। ଯେଉଁଥିରେ ନିର୍ଦେଶକ ଜଣେ ବ୍ୟକ୍ତିଙ୍କ ଅସ୍ତ୍ରୋପଚାର କରାଯାଉଥିବା ବେଳେ ଅନ୍ତଃନଳୀରେ ଲୁଣ ଭରି ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏ ସମ୍ପର୍କରେ ଡା.ପୂଜାହାରୀଙ୍କୁ ପଚରାଯିବାରୁ ସେ ଲୁଣ ଦେବା ପ୍ରସଙ୍ଗକୁ ଯଦିଓ ସ୍ବୀକାର କରିଥିଲେ ତେବେ ଏହି ଭିଡିଓଟି ସମ୍ପୂର୍ଣ୍ଣ ନଥିବା ମଧ୍ୟ କହିଥିଲେ। ସେ କହିଥିଲେ ଯେ, କ୍ୟାନସର କୋଷଗୁଡ଼ିକୁ ମାରିବା ପାଇଁ କିଛି ସମୟ ଲାଗି ଲୁଣକୁ ଉକ୍ତ ସ୍ଥାନରେ ଦିଆଯାଇଥାଏ। ମାତ୍ର ୧ ରୁ ୨ ମିନିଟ ନିର୍ଧାରିତ ସମୟ ପରେ ଉକ୍ତ ଲୁଣକୁ ପୁଣିଥରେ ବାହାରକୁ କାଢ଼ି ଲୁଣ ଦିଆଯାଇଥିବା ସ୍ଥାନକୁ ପରିଷ୍କାର କରି ଧୋଇ ଦିଆଯାଇଥାଏ। ଫଳରେ ଲୁଣର କୌଣସି ଅଂଶ ମଧ୍ୟ ସେଠାରେ ରହେ ନାହିଁ। ଏହାଛଡ଼ା ନିୟମିତ ବ୍ୟବଧାନରେ ଉକ୍ତ ରୋଗୀଙ୍କ ସୋଡିୟମ ପରୀକ୍ଷା ମଧ୍ୟ କରାଯାଇଥାାଏ। ଲୁଣ ଚିକିତ୍ସାରେ ରୋଗୀ ମରୁଥିବା ନେଇ ଜେଡିଏ ଯେଉଁ ବିଭ୍ରାନ୍ତିକର ତଥ୍ୟ ଲୋକଙ୍କୁ ଜଣାଉଛି, ଆଉ ୧୦ ଦିନ ପରେ ତାହାର ପ୍ରମାଣ ଦିଆଯିବ। ଯେଉଁ ବ୍ୟକ୍ତିଙ୍କ ଏହି ଚିକିତ୍ସା କରା ଯାଇଥିଲା, ତାଙ୍କୁ ଏଠାକୁ ଡକା ଯାଇଥିବା ନିର୍ଦେଶକ କହିଛନ୍ତି।

ଦ୍ବିତୀୟରେ ମଙ୍ଗଳବାରଠାରୁ ନିର୍ଦେଶକ ଡା.ପୂଜାହାରୀଙ୍କ ‘ତବ୍‌ଲା ଥେରାପି’ ନାମରେ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ ମଧ୍ୟ ଡା. ପୂଜାହାରୀ ସ୍ବୀକାର କରିବା ସହ ସେ କହିଥିଲେ ଯେ, ବୃହତ୍ତର ଅସ୍ତ୍ରୋପଚାର ପରେ ମଣିଷର ଫୁସ୍‌ଫୁସ୍‌ର ତଳ ପାର୍ଶ୍ବ ସଙ୍କୁଚିତ ହୋଇ ଯାଇଥାଏ। ତେଣୁ କମ୍ପନ ଦ୍ବାରା ଏହାକୁ ପୁନଃ ଠିକରେ ଚଳାଚଳ କରିବାକୁ ପଛ ପାର୍ଶ୍ବରେ ହାତକୁ ଖାଲୁଆ କରି ଥାପୁଡ଼ା ଯାଇଥାଏ। ପୂର୍ବରୁ ଭିମସାରେ ଏଭଳି ଚିକିତ୍ସା କରାଯାଉ ନଥିଲା, ତେଣୁ ପିଲାମାନେ ଏସମ୍ପର୍କରେ ଜାଣିନାହାନ୍ତି ବୋଲି ଡା.ପୂଜାହାରୀ କହିଥିଲେ।

ସମ୍ବନ୍ଧିତ ଖବର