ଦୁଇଦିନିଆ ‘ଉଇକିପିଡିଆ: ସମ୍ବାଦ, ମହିଳା ଓ ସ୍ୱାସ୍ଥ୍ୟ ଗଣସଂପାଦନା’ ୭ରୁ, ଭାଗ ନେବାକୁ ଅାଗ୍ରହୀ କି ?

‘ସମ୍ବାଦ’ ଓ ‘ଓଡ଼ିଆ ଉଇକିପିଡିଆ’ର ଅନନ୍ୟ ପ୍ରୟାସ

ଭୁବନେଶ୍ୱର : ଓଡ଼ିଆ ଉଇକିପିଡିଆରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ‘ସମ୍ବାଦ’ ପକ୍ଷରୁ ଚଳିତ ବର୍ଷ ମଧ୍ୟ ଏକ ଗଣସଂପାଦନା କାର୍ଯ୍ୟ ଅନୁଷ୍ଠିତ ହେବ। ‘ସମ୍ବାଦ’, ଓଡ଼ିଆ ଉଇକିପିଡିଆ ଓ ସେଣ୍ଟର ଫର୍‌ ଇଣ୍ଟରନେଟ୍‌ ଆଣ୍ଡ ସୋସାଇଟି ଦ୍ୱାରା ଆୟୋଜିତ ଏହି ଗଣସମ୍ପାଦନା ଆସନ୍ତା ଏପ୍ରିଲ ୭ ଓ ୮ ତାରିଖ ୨ ଦିନ ଧରି ଚାଲିବ। ଏଥରର ବିଷୟବସ୍ତୁ ରହିଛି ‘ଉଇକିପିଡିଆ: ସମ୍ବାଦ, ମହିଳା ଓ ସ୍ୱାସ୍ଥ୍ୟ ଗଣସଂପାଦନା’।

ମହିଳା ଓ ମହିଳାଙ୍କ ସ୍ୱାସ୍ଥ୍ୟଜନିତ ଲେଖାଗୁଡ଼ିକୁ ଓଡ଼ିଆ ଉଇକିପିଡିଆରେ ସାଇତି ରଖିବା ଏହାର ମୂଳ ଉଦ୍ଦେଶ୍ୟ। ଏହି ଗଣସଂପାଦନାରେ ଭାଗନେବାକୁ ଉଚ୍ଛୁକ ଉଇକିଆଳିମାନେ ଅଧିକ ବିବରଣୀ ପାଇଁ ଇମେଲ- [email protected]ରେ ଯୋଗାଯୋଗ କରିପାରିବେ।

ଉଲ୍ଲେଖଯୋଗ୍ୟ, ‘ଓଡ଼ିଆ ଉଇକିପିଡିଆ’ ଏବଂ ‘ସମ୍ବାଦ’ ପକ୍ଷରୁ ଗତବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଅନନ୍ୟ ପ୍ରୟାସକୁ ଅଭୂତପୂର୍ବ ସଫଳତା ମିଳିଥିଲା। ଏଥିରେ ଓଡ଼ିଆ ଭାଷାରେ ୧୦୦ ପ୍ରମୁଖ ଓଡ଼ିଆ ମହିଳାଙ୍କ ସଂପର୍କରେ ଟିକିନିଖି ବିବରଣୀ ଉପସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର