‘ସମ୍ବାଦ-ଆମ ଓଡ଼ିଶା ପାଞ୍ଜି ୨୦୧୯-୨୦’ ଲୋକାର୍ପିତ

ଭୁବନେଶ୍ୱର: ଶନିବାର ପୂର୍ବାହ୍ନରେ ଫଗୁଦଶମୀ ଅବସରରେ ସ୍ଥାନୀୟ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା  ଓ  ସମର୍ପଣ ପରେ ‘ସମ୍ବାଦ ଆମ ଓଡ଼ିଶା ପାଞ୍ଜି ୨୦୯-୨୦’ ଲୋକାର୍ପିତ ହୋଇଯାଇଛି।

ପ୍ରଥମେ ‘ସମ୍ବାଦ’ର ସଂପାଦକ ଓ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଲିଙ୍ଗରାଜଙ୍କ ପାଖରେ ପୂଜାର୍ଚ୍ଚନା କରି ନୂତନ ପାଞ୍ଜି ସମର୍ପଣ କରିଥିଲେ।

ଏହା ପରେ ମନ୍ଦିରର ସିଂହଦ୍ୱାର ଠାରେ ପାଞ୍ଜି ଲୋକାର୍ପିତ ହୋଇଥିଲା। ଏଥିରେ ଆମ ଓଡ଼ିଶାର ସମ୍ପାଦକ ସ୍ୱରାଜ ମିଶ୍ର, ‘ସମ୍ବାଦ’ (ପ୍ରକାଶନ) ବିଭାଗର ସଂପାଦକ  ଅସିତ ମହାନ୍ତି, ସ୍ତମ୍ଭକାର ଭାଗିରଥୀ ମହାସୁଆର, ମନ୍ଦିର ସେବାୟତ ତଥା ସୁପର୍‌ଭାଇଜର୍‌ ରାଜ କିଶୋର ମହାପାତ୍ର, ମଣ୍ଟୁ ପୂଜାପଣ୍ଡା ଓ ଅନ୍ୟାନ୍ୟ ସେବାୟତ ଉପସ୍ଥିତ ଥିଲେ।

ପୁରୀ ଶ୍ରୀମନ୍ଦିର ଠାରେ ମଧ୍ୟ ଏହି ପାଞ୍ଜି ମହାପ୍ରଭୁଙ୍କ ନିକଟରେ ସମର୍ପଣ କରାଯାଇଥିଲା। ଏହା ପରେ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା, ଡ. ନରେଶ ଚନ୍ଦ୍ର ଦାଶ, ବରିଷ୍ଠ ସେବାୟତ ମଦନ ମୋହନ ପ୍ରତିହାରୀ, କନକ ଟିଭିର ପୁରୀ ପ୍ରତିନିଧି ସୀମାଞ୍ଚଳ ପାଢ଼ୀ ଏବଂ ସମ୍ବାଦ ପ୍ରତିନିଧି ଶ୍ୟାମ କାହ୍ନା ପଟ୍ଟନାୟକଙ୍କ ଉପସ୍ଥିତିରେ ପାଞ୍ଜିକୁ ସିଂହଦ୍ୱାର ଠାରେ ଲୋକାର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର