ଭୁବନେଶ୍ୱର: ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରବିବାର ସକାଳ ୧୦ଟା ବେଳେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାର୍ଷିକ ପ୍ରତିଯୋଗିତା ଆରମ୍ଭ ହୋଇଛି।
ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିର୍ଦ୍ଧାରିତ କେନ୍ଦ୍ରମାନଙ୍କରେ ବିପୁଳ ଉତ୍ସାହର ସହ ପ୍ରତିଯୋଗୀ ଛାତ୍ରଛାତ୍ରୀମାନେ ସମବେତ ହୋଇଛନ୍ତି।
ଏହି ପ୍ରତିଯୋଗିତାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲାମାନେ ଚିତ୍ରାଙ୍କନ ପରୀକ୍ଷା ଦେଉଥିବା ବେଳେ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାମାନେ ହସ୍ତାକ୍ଷର ଲିଖନ ଓ ଅଷ୍ଟମରୁ ଦଶମଯାକେ ପିଲାଏ ଭାଷାଜ୍ଞାନ- ପ୍ରବନ୍ଧ ପରୀକ୍ଷା ଦେଉଛନ୍ତି।
/sambad/media/post_attachments/wp-content/uploads/2018/09/kandhamal-300x169.jpg)
ଚୂଡ଼ାନ୍ତ ଫଳାଫଳ ବାହାରିବା ପରେ ବିଜୟୀମାନଙ୍କୁ ଅକ୍ଟୋବର ୪ ତାରିଖ ‘ସମ୍ବାଦ’ର ୩୪ତମ ଜନ୍ମବାର୍ଷିକ ଉତ୍ସବରେ ପୁରସ୍କୃତ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/09/bhadrak-2.jpg)