ମାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା ଦିଅାଯାଇଛି । ଗୁରୁବାର ଏ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ହୋଟେଲ୍ ସ୍ୱସ୍ତି ପ୍ରିମିୟମ ଠାରେ ଆୟୋଜିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ, ଖୋର୍ଦ୍ଧା ଓ ନୟାଗଡର ଏ-ୱାନ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି ।

ସୂଚନାଯୋଗ, ୯୦ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ମାଟ୍ରିକ ଚାମ୍ପିଅନ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥାଏ।  ଆଜିର କାର୍ଯ୍ୟକ୍ରମରେ ପଞ୍ଚମ ଅର୍ଥ କମିଶନ ଅଧ୍ୟକ୍ଷ ରବିନାରାୟଣ ସେନାପତି ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ  ସାଂସଦ ତଥା ଇଷ୍ଟର୍ଣ୍ଣ ମିଡିଆ ଅଧକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସଭାପତିତ୍ବ କରିଥିଲେ।

ସମ୍ବନ୍ଧିତ ଖବର