ପୁରସ୍କାର ପ୍ରେରଣା ଯୋଗାଇବ: ପି. ଏସ୍‌. ପଟ୍ଟଓ୍ଵାରି

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ବ୍ରାଣ୍ଡ୍‌ସ୍‌ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮କୁ ନେଇ ରାଜ୍ୟର ଶିଳ୍ପୋଦ୍ୟୋଗୀଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖାଦେଇଛି। ‘ସମ୍ବାଦ’ର ଏହି ପ୍ରଚେଷ୍ଟା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ଉତ୍କର୍ଷ ହାସଲ ପାଇଁ ଏକ ପ୍ରତିଯୋଗିତା ବାତାବରଣ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଉଛି। ଏ ସମ୍ପର୍କରେ ରାଜ୍ୟର ଅନ୍ୟତମ ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଇମାମି ପେପର ମିଲ୍‌ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପି. ଏସ୍‌. ପଟ୍ଟଓ୍ଵାରିଙ୍କ ମତକୁ ଏଠାରେ ଉପସ୍ଥାପନ କରାଯାଇଛି…

ଏହି ପୁରସ୍କାର ସମ୍ପର୍କରେ ଆପଣଙ୍କ ମତ କ’ଣ?
ଏହା ଏକ ଭଲ ଆରମ୍ଭ। ପୁରସ୍କାର ପ୍ରେରଣା ଯୋଗାଇ ଥାଏ। ତେଣୁ ଏହି ପୁରସ୍କାର ଭଲ ଲୋକଙ୍କୁ ପ୍ରେରଣା ଯୋଗାଇବ।

ରାଜ୍ୟରେ ଉତ୍ତମ ଶିଳ୍ପ ବାତାବରଣ ସୃଷ୍ଟିରେ ଏହି ପୁରସ୍କାର ସହାୟକ ହେବ କି?
ନିଶ୍ଚିତ ଭାବେ ରାଜ୍ୟରେ ଏକ ଭଲ ଶିଳ୍ପ ପରିବେଶ ସୃଷ୍ଟି କରିବ।

ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ନେଇ ଆପଣ ସନ୍ତୁଷ୍ଟ ଅଛନ୍ତି କି?
ହଁ, ଏ ପର୍ଯ୍ୟନ୍ତ ମୁଁ ଶିଳ୍ପାୟନକୁ ନେଇ ସନ୍ତୁଷ୍ଟ। ଓଡ଼ିଶାର ଅନେକ କ୍ଷେତ୍ରରେ ବ୍ୟାପକ ସୁଯୋଗ ରହିଛି।

ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ରାଜ୍ୟର ଦ୍ରୁତ ଶିଳ୍ପାୟନ ପାଇଁ ଭିତ୍ତିଭୂମିର ବିକାଶ କରାଯିବା ଉଚିତ। ବିଶେଷକରି ସଡ଼କ, ବନ୍ଦର ଆଦିର ବିକାଶ କରାଯିବା ଅତ୍ୟନ୍ତ ଜରୁରି।

ସରକାରଙ୍କଠାରୁ କେଉଁ କ୍ଷେତ୍ର ଅଧିକ ସହାୟତା ଆବଶ୍ୟକ କରୁଛି?
ଆମେ ରାଜ୍ୟରେ ସିମେଣ୍ଟ, ପେପର ଏବଂ ହସ୍‌ପିଟାଲ୍‌ ଶିଳ୍ପରେ ରହିଛୁ। ତେଣୁ ପ୍ରତ୍ୟେକ ଶିଳ୍ପକୁ ସରକାରଙ୍କ ତରଫରୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆବଶ୍ୟକ। ସଡ଼କଠାରୁ ଆରମ୍ଭ କରି ଜଳଯୋଗାଣ, ବିଦ୍ୟୁତ୍‌, ଡାକ୍ତରଖାନା ପର୍ଯ୍ୟନ୍ତ ସୁବିଧା ଯୋଗାଇ ଦିଆଯିବା ଉଚିତ। କେତେକ ରାଜ୍ୟ ଶିଳ୍ପ ପାଇଁ ଗୋଟିଏ ଗୋଟିଏ କ୍ଲଷ୍ଟର ସ୍ଥାପନ କରିଛନ୍ତି। ସେଠାରେ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଯେଉଁ ରାଜ୍ୟରେ ଏସବୁ ସୁବିଧା ରହିଛି ସେଠାରେ ଶିଳ୍ପାୟନ ତ୍ୱରିତ ହୋଇପାରୁଛି।

ଶିଳ୍ପାୟନ ପାଇଁ ଓଡ଼ିଶାରେ କେଉଁ କେଉଁ କ୍ଷେତ୍ରରେ ଅଧିକ ସୁଯୋଗ ରହିଛି?
ପ୍ରତ୍ୟେକ କ୍ଷେତ୍ରରେ ସୁଯୋଗ ରହିଛି। ପ୍ରତ୍ୟେକ ରାଜ୍ୟର ଲୋକଙ୍କ ଆଭ୍ୟନ୍ତରୀଣ ଚାହିଦା ରହିଛି। ଯଦି ସେସବୁ ଚାହିଦାକୁ ପୂରଣ କରାଯିବା ପାଇଁ କଳକାରଖାନା ପ୍ରତିଷ୍ଠା କରା ନଯାଏ ସେସବୁକୁ ଅନ୍ୟ ରାଜ୍ୟରୁ ଏବଂ ବିଦେଶରୁ ଆମଦାନି କରିବାକୁ ପଡ଼ିବ।

ରାଜ୍ୟରେ ବ୍ୟାବସାୟିକ ବାତାବରଣରେ ଉନ୍ନତି ଆଣିବା ପାଇଁ ସରକାର କ’ଣ କରିବା ଉଚିତ?
ମୁଁ ପୂର୍ବରୁ ଯେଉଁ ଭିତ୍ତିଭୂମି ବିକାଶ କଥା କହିଛି ତାହାର ହିଁ ବିକାଶ କରାଯିବା ଆବଶ୍ୟକ।

ରାଜ୍ୟରେ ଶିଳ୍ପାୟନ ଠିକ୍‌ ଦିଗରେ ଆଗକୁ ବଢ଼ୁଛି କି? ଯଦି ନୁହେଁ, ଆଉ କ’ଣ କରିବା ଆବଶ୍ୟକ?
ଶିଳ୍ପାୟନ ଆଗକୁ ବଢ଼ୁଛି। ଶିଳ୍ପାୟନର ବଡ଼ ଭାଗ ଖଣିଜ ଭିତ୍ତିକ ଶିଳ୍ପ ଆଡ଼କୁ ରହିଛି। ଅନ୍ୟ କ୍ଷେତ୍ର ପ୍ରତି ଶିଳ୍ପ ସଂସ୍ଥାଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ପଦକ୍ଷେପ ନେଲେ, ସେହି କ୍ଷେତ୍ରଗୁଡ଼ିକ ମଧ୍ୟ ଖଣିଜ ଭିତ୍ତିକ ଶିଳ୍ପ ଭଳି ଅଭିବୃଦ୍ଧି ହାସଲ କରିପାରିବ।

ପୁରସ୍କାର ପାଇଁ କେମିତି ଆବେଦନ କରିବେ

www.sambadawards.in ଓ୍ଵବସାଇଟ୍‌ରୁ ଫର୍ମ ଡାଉନଲୋଡ୍‌ କରି ଏହି ପୁରସ୍କାର ପାଇଁ ଆବେଦନ କରିହେବ। ଅଧିକ ବିବରଣୀ ପାଇଁ ମୋବାଇଲ ନମ୍ବର ୯୮୬୧୦୯୪୧୭୪ କିମ୍ବା [email protected] ରେ ଯୋଗଯୋଗ କରାଯାଇପାରିବ।

ସମ୍ବନ୍ଧିତ ଖବର