ଜୋନ୍‌ ସ୍ତରୀୟ ‘ବିତର୍କ’ ଓ ‘ସାରେଗାମା’ ପ୍ରତିଯୋଗିତା ଆଜି

ଭୁବନେଶ୍ୱର : ‘ସମ୍ବାଦ’ର ୩୪ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରବିବାର(ଆଜି) ରାଜ୍ୟର ୯ଟି ସ୍ଥାନରେ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଅନୁଷ୍ଠିତ ହେବ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ବିତର୍କ ପ୍ରତିଯୋଗିତା ଏବଂ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ଆୟୋଜିତ ‘ସାରେଗାମା’ ପ୍ରତିଯୋଗିତାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଭାଗ ନେଇପାରିବେ।

ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ଜୟପୁର, ଯାଜପୁର, ଅନୁଗୁଳ, ବାଲେଶ୍ୱରରେ ଏହି ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତିଯୋଗିତାରେ ଭାଗ ନେବା ପାଇଁ କୌଣସି ଫି’ ଦେବାକୁ ପଡ଼ିବନି। ପୂର୍ବାହ୍ନ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହେବ। ଏହାର ଘଣ୍ଟାଏ ପୂର୍ବରୁ ‘ବିତର୍କ’ର ବିଷୟ ବସ୍ତୁ ଜଣାଇ ଦିଆଯିବ। ‘ସାରେଗାମା’ରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ଓଡ଼ିଆ ଓ ହିନ୍ଦୀ ଭାଷାରେ ଲଘୁ କଣ୍ଠ ସଂଗୀତ (ଭଜନ ଓ ଆଧୁନିକ) ଗାଇବେ। ପ୍ରତିଯୋଗୀ ନିଜର ପରିଚୟ ପ୍ରମାଣପତ୍ର ଧରି ସକାଳ ୯ଟା ୩୦ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ଆସିବେ।

ପ୍ରତିଯୋଗିତା ଶେଷ ହେବା ପରେ ପରେ ହିଁ ଏହାର ବିଚାରକମାନେ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରିବେ। ପ୍ରତି ଜୋନ୍‌ରେ ପ୍ରଥମ ତିନିଟି ସ୍ଥାନରେ ରହିବାକୁ ଥିବା ପ୍ରତିଯୋଗୀ ଆସନ୍ତା ଅକ୍ଟୋବର ୩ତାରିଖରେ ଭୁବନେଶ୍ୱରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ଏଥିରେ ଯେଉଁମାନେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହେବେ ସେମାନଙ୍କୁ ଅକ୍ଟୋବର ୪ରେ ‘ସମ୍ବାଦ’ର ବାର୍ଷିକ ଉତ୍ସବ ଅବସରରେ ସମ୍ବର୍ଦ୍ଧିତ କରାଯିବ। କୃତୀ ପ୍ରତିଯୋଗୀଙ୍କ ପାଇଁ ନଗଦ ଅର୍ଥ ରାଶି ପୁରସ୍କାରର ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର