ସମ୍ବଲପୁରରେ ଡବଲ ମର୍ଡର: ଜେଲ୍‌ ଗଲେ ୭ ଅଭିଯୁକ୍ତ

ସମ୍ବଲପୁର:ମଂଗଳବାର ଠେଲକୋପଡ଼ାର ସୁଜିତ ନାଗ ହତ୍ୟା ମାମଲାରେ ସମ୍ବଲପୁର ଟାଉନ ଥାନା ପୁଲିସ୍‌ ୭ ଜଣଙ୍କୁ ଧରିଛି। ମୁଖ୍ୟ ଅଭିଯୁକ୍ତ ପାଣ୍ଡବ ମୁଖୀ ସମେତ ଜିମ୍ମି ମୁଖୀ, ବିକାଶ କଂସାରି, ରବି କଂସାରି, ଶମ୍ଭୁ ମୁଖୀ ପ୍ରମୁଖଙ୍କୁ ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ଜାମିନ ନମିିଳିବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୁଜିତ ହତ୍ୟା ଘଟଣାରେ ଆଉ ଦୁଇ ଜଣ ନାବାଳକ ମଧ୍ୟ ସଂପୃକ୍ତ ରହିଥିଲେ। ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା। ବୋର୍ଡର ପରାମର୍ଶକ୍ରମେ ରାଉରକେଲାସ୍ଥିତ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲେ ହେଁ ଠେଲ୍‌କୋପଡ଼ାର ଚାପା ଉତ୍ତେଜନା ଲାଗି ରହିଛି। ସୁଜିତଙ୍କ ପରିବାର ଲୋକେ ଠେଲ୍‌କୋପଡ଼ାବାସୀଙ୍କ ସହିତ ଟାଉନ ଥାନାରେ ପହଂଚି ସବୁ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ବହୁ ସମୟ ପର୍ଯ୍ୟନ୍ତ ଧାରଣାରେ ବସି ରହିଥିଲେ। ଜିଲ୍ଲାପାଳ ପରିବାର ଲୋକଙ୍କୁ ନିଜ ପ୍ରକୋଷ୍ଠକୁ ଡାକି ଆଲୋଚନା କରିଥିଲେ। ଉଲ୍ଳେଖଯୋଗ୍ୟ ଯେ, ସୋମବାର ମାତ୍ର ୪୫ ମିିନିଟ ବ୍ୟବଧାନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଠେଲ୍‌କୋପଡ଼ାରେ ଡବଲ ମର୍ଡର ହୋଇଥିଲା।

ସମ୍ବନ୍ଧିତ ଖବର