ତାତିଲେ ଚାଷୀ, ସମ୍ବଲପୁରକୁ ବିଚ୍ଛିନ୍ନ କରିଦେବୁ

ଜମନକିରା : ଗତ ୨୦୦୬ ମସିହାରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସ˚ଗଠନର ଚାଷୀ ଆନ୍ଦୋଳନ ଓ ମାନବ ଶୃଙ୍ଖଳ ରାଜ୍ୟରେ ଇତିହାସ ସୃଷ୍ଟି କରିଥିଲା। ଚଳିତ ବର୍ଷ ମଧ୍ୟ ଜିଲ୍ଲାରେ କୃଷି ବୀମା ବିଭ୍ରାଟ ଓ ମରୁଡ଼ି ପରିସ୍ଥିତି ନେଇ ଲଗାତାର ଆନ୍ଦୋଳନ ଜାରି ରହିଛି। ଦଶହରା ଯୋଗୁଁ ସାମୟିକ ଭାବେ ବନ୍ଦ ରହିଥିବା ଏହି ଆନ୍ଦୋଳନକୁ ପୁଣି ଜୋରଦାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସରକାର ତୁରନ୍ତ ଚାଷୀମାନଙ୍କ ଦାବି ପୂରଣ ନ କଲେ ଦ୍ବିତୀୟ ପର୍ଯ୍ୟାୟ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବ। ଆସନ୍ତା ୨୬ ତାରିଖରେ ଐତିହାସିକ ଆନ୍ଦୋଳନ କରି ୩ ଘଣ୍ଟା କାଳ ଜିଲ୍ଲାକୁ ବାହ୍ୟ ଜଗତରୁ ସ˚ପୂର୍ଣ୍ଣ ବିଚ୍ଛିନ୍ନ କରାଯିବ ବୋଲି ସ୍ଥିର କରାଯାଇଛି। ଏଥିସହ ସୋମବାର ପ୍ରତି ବ୍ଲକରେ ଚାଷୀ ଶୋଭାଯାତ୍ରା ଆୟୋଜନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଡିଓ, ତହସିଲଦାରଙ୍କ ମାଧୢମରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷକ ସ˚ଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର