ସମ୍ବଲପୁର: ଏଲ୍‌ଆଇସି ପ୍ରିମିୟମ୍‌ କଲେକ୍‌ସନ୍‌ ସେଣ୍ଟର୍‌ରେ ଅଗ୍ନିକାଣ୍ଡ

ସମ୍ବଲପୁର: ଶନିବାର ସକାଳେ ଅଇଁଁଠାପଲିସ୍ଥିତ ଜୀବନ ବୀମା ନିଗମର ଆଞ୍ଚଳିକ କାର୍ଯ୍ୟାଳୟ ପାଖରେ ଥିବା ‘ଏଲ୍‌ଆଇସି ପ୍ରିମିୟମ୍‌ କଲେକ୍‌ସନ୍‌ ଆଣ୍ଡ୍‌ ହେଲ୍‌ପ୍‌ ସେଣ୍ଟର୍‌’ରେ ନିଅାଁ ଲାଗିଛି।

ସକାଳ ସାଢ଼େ ସାତଟାବେଳେ ଅଫିସ୍‌ ଭିତରୁ ଧୂଅାଁ ଉଠୁଥିବାର ଲୋକେ ଦେଖିଥିଲେ। ତୁରନ୍ତ ଦମକଳକୁ ଖବର ଦିଆଯିବା ପରେ ଦୁଇଟି ଦମକଳ ଆସି ନିଅାଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଅଗ୍ନିକାଣ୍ଡ ଯୋଗୁଁ ଅଫିସ ଭିତରେ ଥିବା ଦୁଇଟି କମ୍ପ୍ୟୁଟର୍‌, ଟିଭି, ଏସି, ଡିଜିଟାଲ୍‌ ଜେରକ୍ସ ମେସିନ୍‌ ପୋଡ଼ି ପ୍ରାୟ ୬ ଲକ୍ଷ୍ୟ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଥିବା କଥା ଡିଓ ସପନ ମିଶ୍ର କହିଛନ୍ତି

ସମ୍ବନ୍ଧିତ ଖବର