ସମ୍ବଲପୁର: ସିଟି ଷ୍ଟେସନ୍ର ଲାଇନ୍ ନମ୍ବର ୫ ଉପରେ ଜଣେ ଯୁବତୀଙ୍କ ଖଣ୍ଡିତ ଶବ ପଡ଼ି ରହିଥିବା ଦେଖା ଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଯୁବତୀଙ୍କର ପରିଚୟ ମଳିନାହିଁ। ଧଳା ସାର୍ଟ ଓ କଳା ପ୍ୟାଣ୍ଟ୍ ପରିହିତା ଉକ୍ତ ଯୁବତୀଙ୍କର ଶବ ଅଣ୍ଟାରୁ ଦୁଇ ଗଡ଼ ହୋଇ ଯାଇଛି।
ଯୁବତୀଙ୍କ ଖଣ୍ଡିତ ଶବ ପଡ଼ିଥିବା ଖବର ଅପରାହ୍ଣ ୧୨. ୩୦ରେ ପାଇଥିଲେ ବୋଲି ଷ୍ଟେସନ୍ ମାଷ୍ଟର୍ କହିଛନ୍ତି। ତାଙ୍କ କହିବାନୁସାରେ, ସେ ଲାଇନ୍ରେ ମୁଖ୍ୟତଃ ମାଲବାହୀ ଗାଡ଼ି ଯାତାୟାତ କରେ। ଗତକାଲି ରାତି ୯ଟା ୪୫ ମିନିଟ୍ରେ ଷ୍ଟେସନ୍ରେ ଏକ ମାଲଗାଡ଼ି ପହଞ୍ଚିବା ପରେ ରାତି ୧୧ଟା ୫ ମିନିଟ୍ରେ ଷ୍ଟେସନ୍ ଛାଡ଼ି ସେ ଧାରଣା ଦେଇ ଯାଇଥିଲା।
ଷ୍ଟେସନ୍ ମାଷ୍ଟରଙ୍କ କହିବା କଥା, ଆତ୍ମହତ୍ୟା କରୁଥିବା ଲୋକେ ସାଧାରଣତଃ ତଳମୁହାଁ ହୋଇ ଧାରଣା ଉପରେ ଶୁଅନ୍ତି। ଯେହେତୁ ଏ ଯୁବତୀ ଚିତ୍ ହୋଇ ଶୋଇଥିଲେ, ତାଙ୍କୁ କେହି ହତ୍ୟା କରି ସେଠାରେ ଥୋଇ ଦେଇଥିବା ମଧ୍ୟ ଅନୁମାନ କରାଯାଉଛି।
ଖବର ପାଇ ଧନୁପାଲି ପୁଲିସ ଘଟଣାସ୍ଥଳକୁ ବାହାରି ଯାଇଛି।